ଶର୍ମିଷ୍ଠାଙ୍କ ସହ କୌଣସି ବ୍ୟକ୍ତିଗତ ସମ୍ପର୍କ ନାହିଁ: ରାଜ୍ ମିଡିଆ

ଜଗତସିଂହପୁର : ଜଗତସିଂହପୁରରେ ରାଜ୍‌ ମିଡିଆର ଚତୁର୍ଥ ସ୍ବନକ୍ଷତ୍ର ଦିବସ କାର୍ଯ୍ୟକ୍ରମରେ ଶର୍ମିଷ୍ଠାଙ୍କ ଯୋଗଦାନ ନେଇ ଗୁରୁବାର ଦିନ ‘ସମ୍ବାଦ’ରେ ପ୍ରକାଶ ପାଇଥିବା ଖବରକୁ ନେଇ ମୁହଁ ଖୋଲିଛନ୍ତି ଏହାର ନିର୍ଦ୍ଦେଶକ ରାଜେଶ କୁମାର ମହାନ୍ତି।

ରାଜେଶଙ୍କ କହିଛନ୍ତି ରାଜ୍ ମିଡିଆ ସହ ଶର୍ମିଷ୍ଠାର କୌଣସି ବ୍ୟକ୍ତିଗତ ସମ୍ପର୍କ ନାହିଁ। ଶର୍ମିଷ୍ଠା ବୃକ୍ଷରୋପଣ ସହ ଏକାଧିକ ସମାଜସେବା କାର୍ଯ୍ୟ ସହ ସଂପୃକ୍ତ ଥିବାରୁ ତାଙ୍କୁ ଜଗତସିଂହପୁରରେ ଆୟୋଜିତ ସ୍ବନକ୍ଷତ୍ର କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା। ବର୍ତ୍ତମାନ ଯଦି ସେ କୌଣସି ପ୍ରକାର ଅପରାଧିକ କାର୍ଯ୍ୟକଳାପ ସହ ଜଡ଼ିତ ରହିଛନ୍ତି, ତେବେ ଏଥିରେ ସଂସ୍ଥା ଦାୟୀ ନୁହେଁ କି ଏହାର କୌଣସି ଭୂମିକା ନାହିଁ। ସଂସ୍ଥା ପ୍ରତ୍ୟେକ ବର୍ଷ ଏକାଧିକ ସମାଜସେବୀଙ୍କୁ ସମ୍ବର୍ଦ୍ଧନା ଦିଏ। ଗିରଫ ହୋଇଥିବା ରାଜ୍ କମ୍ୟୁନିକେସନ ମାଲିକ ରଞ୍ଜନ ନାୟକଙ୍କ ସହ ସଂସ୍ଥାର ମଧ୍ୟ କୌଣସି ଲିଙ୍କ୍ ନାହିଁ।

କେବଳ ସେତିକି ନୁହେଁ ବରିଷ୍ଠ ମନ୍ତ୍ରୀ କିମ୍ବା ପ୍ରଶାସକଙ୍କ ସହ ସଂସ୍ଥାର କୌଣସି ପ୍ରକାର ସମ୍ପର୍କ ନାହିଁ। ଏଣୁ କାର୍ଯ୍ୟକ୍ରମ ଆୟୋଜନ ନେଇ ସେମାନେ କୌଣସି ପ୍ରକାର ଚାପ ପକାଇ ନାହାନ୍ତି। ନିଜ ଖର୍ଚ୍ଚରେ ସଂସ୍ଥା ପ୍ରତ୍ୟେକ ବର୍ଷ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରେ। ଏଣୁ ଶର୍ମିଷ୍ଠାଙ୍କ ସହ ରାଜ୍ ମିଡିଆର ସମ୍ପର୍କକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି, ଏହାକୁ ରାଜେଶ ସ୍ପଷ୍ଟ ଭାବେ ଅସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର