ଭୁବନେଶ୍ବର: କେରାନା ଭାଇରସ୍ ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ ବ୍ୟାପିବା ଭିତରେ ରାଜ୍ୟ ସରକାର ବଡଦିନ ଓ ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଚଳିତ ମାସ ୨୫ ତାରିଖ ଠାରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ଏହା ଲାଗୁ ହେବ। ତେବେ ରାଜ୍ୟ ସରକାର ନୂଆ ଗାଇଡଲାଇନରେ ବାହାଘରକୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି। ବାହାଘର ବ୍ୟତୀତ ଅନ୍ୟ ସମସ୍ତ ଉତ୍ସବ ପାଳନ ଉପରେ ରୋକ ଲଗାଇଛନ୍ତି ସରକାର ।
ସେହିଭଳି ବାହାଘର ହେଉଥିଲେ ମଧ୍ୟ ରିସେପସନ ପାର୍ଟି ଉପରେ କଟକଣା ଲଗାଯାଇଛି। ଅର୍ଥାତ କୋଭିଡ କଟକଣାରେ ବାହାଘର ହୋଇପାରିବ। କିନ୍ତୁ ଅତିଥି ମାନଙ୍କ ପାଇଁ ଭୋଜିଭାତ କରିପାରିବେ ନାହିଁ। ବାହାଘରକୁ ଅନୁମତି ମିଳିଥିଲେ ମଧ୍ୟ ଭୋଜିଭାତ ଉପରେ ରୋକ ଲଗାଯାଇଛି । କୌଣସି ସାମୁହିକ ଭୋଜି ଆୟୋଜନ ଉପରେ କଟକଣା ଲଗାଯାଇଥିବା ବେଳେ ବାହାଘରରେ ଭିଡ଼ ନ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏହାବାଦ୍ କୋଭିଡ ଗାଇଡଲାଇନ ଅନୁଯାୟୀ, ଅନ୍ତ୍ୟେଷ୍ଟ୍ରି କ୍ରିୟା କରାଯାଇପାରିବ ବୋଲି କୁହାଯାଇଛି ।