ଭୁବନେଶ୍ବର: ଅନ୍ଲକ୍ ୪.୦ ପରିପ୍ରେକ୍ଷୀରେ ଆଜି ଏକ ମାମ ଲାଗି ରାଜ୍ୟ ସରକାରଙ୍କର ସ୍ବତନ୍ତ୍ର ରିଲିଫ୍ କମିସନ୍ର ଜାରି କରିଛନ୍ତି ନୂଆ ଗାଇଡ୍ଲାଇନ୍। ଏହା ଅନୁସାରେ, ସେପ୍ଟେମ୍ବର ପହିଲା ଠାରୁ ଲୋକମାନଙ୍କର ଅନ୍ତଃରାଜ୍ୟ ଓ ଆନ୍ତଃରାଜ୍ୟ ଗମନାଗମନ ଉପରେ କୌଣସି କଟକଣା ରହିବ ନାହିଁ। ବ୍ୟକ୍ତିଗତ ଯାନ ଓ ମାଲପତ୍ର ପରିବହନ ନିମନ୍ତେ ମଧ୍ୟ କୌଣସି କଟକଣା ରହିବ ନାହିଁ। ପଡ଼ୋଶୀ ରାଜ୍ୟରେ ବ୍ୟବସାୟବାଣିଜ୍ୟ କରୁଥିବା ବ୍ୟବସାୟୀଙ୍କ ମାଲପତ୍ର ପରିବହନ ପାଇଁ ମଧ୍ୟ କୌଣସି କଟକଣା ନାହିଁ। ଏଥିପାଇଁ ପୃଥକ୍ ଅନୁମତି/ଅନୁମୋଦନ/ଇ-ପର୍ମିଟ୍ ଆବଶ୍ୟକ ହେବନାହିଁ।
ସେପ୍ଟେମ୍ବର ୧ ତାରିଖରୁ ଅନ୍ତଃରାଜ୍ୟ ଓ ଆନ୍ତଃରାଜ୍ୟ ଯାତ୍ରୀବାହୀ ବସ୍ ଚଳାଚଳ ଲାଗି ଅନୁମତି ମିଳିବ। କିନ୍ତୁ, ବ୍ୟକ୍ତିବିଶେଷଙ୍କ ଗମନାଗମନ ପାଇଁ ‘ଏସ୍ଓପି’ ଲାଗୁ କରାଯାଇଛି। ଏହି ‘ଏସ୍ଓପି’ ପାସେଞ୍ଜର୍ ଟ୍ରେନ୍, ଅଭ୍ୟନ୍ତରୀଣ ବିମାନଯାତ୍ର, ବନ୍ଦେ ଭାରତ ଏବଂ ଏୟାର୍ ଟ୍ରାନ୍ସପୋର୍ଟ ବବଲ୍ ବିମାନରେ ଗମନାଗମନ କରୁଥିବା ବ୍ୟକ୍ତି ଏବଂ ସାଇନ୍-ଅନ୍ ଓ ସାଇନ୍-ଇନ୍ ଭାରତୀୟ ଜଳଯାତ୍ରୀଙ୍କ ପ୍ରତି ଲାଗୁ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/bus-started-31_Thumb.jpg)