ପାଟଣା : କେନ୍ଦୁଝରରେ ଜନନୀ ଯନ୍ତ୍ରଣା ଦିନକୁ ଦିନ ବଢ଼ିବଢ଼ି ଚାଲିଛି। ଗତକାଲି ଏଭଳି ଏକ ଅଭାବନୀୟ ଘଟଣା ତେଲକୋଇ ବ୍ଲକ୍ ଅନ୍ତର୍ଗତ ତାଳପଦା ପଞ୍ଚାୟତ ପଙ୍ଗା ଗ୍ରାମରେଘଟିଥିବା ବେଳେ ଆଜି ପୁଣି ସେହିଭଳି ଏକାଢଙ୍ଗର ଘଟଣା ଦେଖିବାକୁ ମିଳିଛି ପାଟଣା ଅଞ୍ଚଳରେ। ଗାଁକୁୁ ଭଲ ରାସ୍ତା ନଥିବାରୁ ଜଣେ ଗର୍ଭବତୀଙ୍କୁୁ ଦୀର୍ଘ ଦୁଇକିଲୋମିଟର ଖାଲଢ଼ିପରେ ଚାଲିବାକୁ ପଡ଼ିଛି। ପରେ ତାଙ୍କୁ ଜନନୀ ଏକ୍ସପ୍ରେସରେ ଡାକ୍ତରଖାନାକୁ ନିଆଯାଇଥିଲା।
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଅଂଚଳ ବନମହୁଳଡିହା ଦଲକୀ ସାହି। ଏହି ସାହିିକୁ ସ୍ଥାୟୀ ରାସ୍ତାଟିଏ ନାହିଁ । ଖାଲ ଖମାରେ ଭର୍ତ୍ତି ରାସ୍ତାରେ ଲୋକେ ଯାଆସ କରୁଛନ୍ତି। ରାସ୍ତାରେ ଏକ ପଥର ନିର୍ମିତ କଲଭର୍ଟ ଥିଲା। ଦୀର୍ଘଦିନ ହେବ କଲଭର୍ଟଟି ଭାଙ୍ଗି ଯାଇଥିଲେ ହେଁ ତାହା ଏଯାବତ୍ ସଜଡ଼ା ହୋଇପାରିଲା ନାହିଁ। ଫଳରେ ଲୋକେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରିିଛନ୍ତି। ଏହି ସାହିରେ ଶତାଧିକ ଆଦିବାସୀ ରହୁଥିବା ବେଳେ ଯାତାୟାତ ସେମିତି କୌଣସି ସୁବିଧା କରାଯାଉ ନାହିଁ। ସାଧାରଣ ଜୀବନ ଯାପନ କି ଗାଡ଼ି ମୋଟର ଚଳାଚଳ ଦୂରର କଥା ସାଇକେଲ ଖଣ୍ଡେ ଯିବା କି କଷ୍ଟକର ହୋଇପଡ଼ିଛି।
ଶନିବାର ବନମହୁଲଡିହା ଦଲକୀ ସାହିର ସୁରେନ୍ଦ୍ର ମାଝୀଙ୍କ ପତ୍ନୀ ପାର୍ବତୀ ମାଝୀଙ୍କ ପ୍ରସବ ବେଦନା ହେବାରୁ ପାଟଣା ଡାକ୍ତରଖାନା ନେବାକୁ ଜନନୀ ଏକ୍ସପ୍ରେସକୁ ଡକାଯାଇଥିଲା। ଜନନୀ ଏକ୍ସପ୍ରେସ ଭଙ୍ଗା କଲଭର୍ଟ ନିକଟରୁ ଆଉ ଆଗକୁ ବଢ଼ି ପାରି ନଥିଲା। ଗର୍ଭବତୀ ମହିଳାଙ୍କୁ ଡାକ୍ତର ଖାନା ନେବା ପାଇଁ ସାହିରୁ ୨ କିଲୋମିଟର ଚଲାଇ ଚଲାଇ ଅଣାଯିବା ପରେ ଜନନୀ ଏକ୍ସପ୍ରେସରେ ଡାକ୍ତରଖାନାକୁୁ ନିଆଯାଇଥିଲା। ଅନେକ ଯନ୍ତ୍ରଣା ଭୋଗ କରି ବହୁ ବିଳମ୍ବରେ ତାଙ୍କୁ ପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତୁରନ୍ତ ଏହି ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/e81d9f11-f83a-4ca6-b471-e3b60575eadc.jpg)