ଝାରସୁଗୁଡା : ସଂପ୍ରତି ଝାରସୁଗୁଡ଼ା ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ରାସ୍ତାକଡ଼ରେ ବିକ୍ରି କରୁଥିବା ଫାଷ୍ଟଫୁଡ଼, ଠେଲାଖାଦ୍ୟ ବିକ୍ରିକୁ ଆସନ୍ତା ୨୫ ତାରିଖ ଠାରୁ ୧୫ ଦିନ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି। ରାସ୍ତାକଡ଼ ଫାଷ୍ଟଫୁଡ଼ ଦୋକାନ ଗୁଡିକରେ ଗହଳି ଯୋଗୁଁ କୋଭିଡ ନିୟମ ଉଲଙ୍ଘନ ହେଉଥିଵାରୁ ପ୍ରଶାସନ ଏହି ପଦକ୍ଷେପ ନେଇଛନ୍ତି।
ତେବେ ରାସ୍ତାକଡ଼ରେ ଖାଦ୍ୟ ପସରା ମେଲାଇ ଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ଏଥିଲାଗି ପ୍ରଶାସନ ପକ୍ଷରୁ ମୁଣ୍ଡପିଛା ୨୫୦୦ ଟଙ୍କା ଲେଖାଏଁ କ୍ଷତିଭରଣା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଅନ୍ୟ ପକ୍ଷରେ ଏହାକୁ ନ ମାନିଲେ ଜରିମାନା ଆଦାୟ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ୩୯୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ ୪୩୪୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୫୧୭ ଓ ସ୍ଥାନୀୟ ଅଞ୍ଚଳରୁ ୧୮୨୩ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୬ ହଜାର ୮୮୮କୁ ବୃଦ୍ଧି ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/road-side-fastfood.jpg)