ରାଜ୍ୟରେ ଅକ୍ସିଜେନ, ରେମଡେସଭିର ଇଂଜେକ୍ସନର ଅଭାବ ନାହିଁ :  ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ବର : ଓଡ଼ିଶାରେ ଏବେ ଅକ୍ସିଜେନର କୌଣସି ଅଭାବ ନାହିଁ । ରାଜ୍ୟରେ ଏବେ ଦିନକୁ ୪୫ ମେଟ୍ରିକ ଟନ ଅକ୍ସିଜେନ ବ୍ୟବହାର ହେଉଥିବାବେଳେ ତାଠାରୁ ଅଧିକ ଉତ୍ପାଦନ ହେଉଛି । ଫଳରେ ଆମେ ବାହାର ରାଜ୍ୟର ଚାହିଦା ମେଣ୍ଟାଉଛୁ ବୋଲି ସ୍ବାସ୍ଥ୍ୟ ସଚିବ ପ୍ରଦିପ୍ତ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ  କୌଣସି ହସପିଟାଲରେ ଯେପରି ଅକ୍ସିଜେନ ସିଲିଣ୍ଡର ଖାଲି ରହିବ ନାହିଁ ତାହା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷରେ ରାଜ୍ୟରେ ଏବେ ପର୍ଯ୍ୟାପ୍ତ ପରିମାଣରେ ରେମଡେସଭିର ରହିଛି । ରାଜ୍ୟରେ ଦିନକୁ ପ୍ରାୟ ୧୨୦୦  ଖର୍ଚ୍ଚ ହେଉଥିବାବେଳେ ପ୍ରାୟ ୪୩ ହଜାର ରେମଡେସଭିର ଇଂଜେକ୍ସନ ମହଜୁଦ ରହିଛି । ଖୁବ ଶୀଘ୍ର ଆଉ ୨୧ ହଜାର ରେମଡେସଭିର ଇଂଜେକ୍ସନ ଆସିବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଦ୍ବିତୀୟ ଲହର ଏତେ ଭୟାନକ ହେବ ବୋଲି ଆଶା କରିନଥିଲୁ । ଏହାର ମୁକାବିଲା ସମସ୍ତଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ । ସମସ୍ତେ କୋଭିଡ ନିୟମ ପାଳନ କରନ୍ତୁ ।  ତେବେ କୋଭିଡ ପଜିଟିଭ ହେଲେ ସଂଗେ ସଂଗେ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ ନାହିଁ । ନିହାତି ଜରୁରୀ ନହେଲେ ହସପିଟାଲ ଯାଆନ୍ତୁ ନାହିଁ । ଆବଶ୍ୟକ ପଡ଼ିଲେ କଣ୍ଟ୍ରୋଲ ରୁମକୁ କଲ କରନ୍ତୁ ।

ସମ୍ବନ୍ଧିତ ଖବର