‘ସ୍କୁଲ୍‌ ନାହିଁ ତ ଭୋଟ୍‌ ନାହିଁ’: ଗାଁକୁ ପ୍ରଚାର ନିଷେଧ

ଭଟଲି: ଭଟଲି ବ୍ଲକ କମଗାଁ ପଞ୍ଚାୟତ ଅନ୍ତର୍ଗତ ଋଷିପାଲି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଛେଦ କରାଯାଇଥିବାରୁ ଗ୍ରାମବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି l ୧୯୭୮ ମସିହାରେ ସ୍ଥାପିତ ହୋଇଥିବା ଉକ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗ୍ରାମର ଏକମାତ୍ର ସରକାରୀ ଅନୁଷ୍ଠାନ ଥିଲା। ଯାହାକୁ ସରକାର ଗତବର୍ଷ ମାର୍ଚ୍ଚ ମାସରେ ଉଚ୍ଛେଦ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଗ୍ରାମବାସୀ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ଅନେକ ଥର ସରକାରଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇ ନଥିଲା। ଉକ୍ତ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ପ୍ରତିବର୍ଷ ନବୋଦୟ ତଥା ବୃତ୍ତି ପାଉଥିବା ବେଳେ ଏବେ ଏହା ବନ୍ଦ ହେବାରୁ ପ୍ରାଥମିକ ଶିକ୍ଷାରୁ ଗ୍ରାମଟି ବଞ୍ଚିତ ହୋଇଛି। ସରକାର ଏହା ଉପରେ କୌଣସି ପଦକ୍ଷେପ ନନେଲ ଆଗାମୀ ପଞ୍ଚାୟତ ନିର୍ବାଚନରେ ଗ୍ରାମରେ ଭୋଟ୍‌ ପ୍ରଚାର ନିଷେଧ କରିବା ସଙ୍ଗେ ସଙ୍ଗେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର