ମାଲକାନଗିରି: ମାଲକାନଗିରି ବ୍ଲକର ସୀମାକୁ ଲାଗି ରହିଛି ଛତିଶଗଡ। ଏହି ବ୍ଲକର ତଣ୍ଡକି ପଞ୍ଚାୟତର ସୀମାନ୍ତ ଗ୍ରାମ ହେଉଛି ବୁରୁଦି। ଏହି ଗ୍ରାମ ନକ୍ସଲ ପ୍ରବଣ ହୋଇଥିବା ବେଳେ ଅତି ସମ୍ବେଦନଶୀଳ ବୋଲି ପ୍ରଶାସନ ଘୋଷଣା କରିଛି। ତେବେ ଏଠାରେ ବୁଧବାର ପହଞ୍ଚିଲା ବେଳକୁ ଲୋକେ ଭୋଟଦାନ କରୁଥିବା ଦେଖିବାକୁ ମିଳିଥିଲା। ନକ୍ସଲଙ୍କ ଭୟ ଯୋଗୁଁ କୌଣସି ପୁଲିସ କର୍ମଚାରୀ ସୁରକ୍ଷାରେ ନଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଲୋକେ ଭୟ ନକରି ମତଦାନ କରୁଥିଲେ। ପୋଲିଂ ଅଧିକାରୀମାନେ ମଧ୍ୟ କୌଣସି ଭୟ କିମ୍ବା ଆତଙ୍କିତ ନହୋଇ ନିଜର କାର୍ଯ୍ୟକୁ ସୁଚାରୂରୂପେ ତୁଲାଉଥିବା ଦେଖିବାକୁ ମିଳିଥିଲା।

Advertisment

publive-image

ଗ୍ରାମବାସୀଙ୍କ କହିବା ହେଲା ଏହି ଅଂଚଳ ନକ୍ସଲ ପ୍ରବଣ ହୋଇଥିବାରୁ ପୁଲିସ କର୍ମଚାରୀ ଏଠାରେ ସୁରକ୍ଷା ଦେବାକୁ ଆସିନଥିଲେ। କିନ୍ତୁ ଗ୍ରାମବାସୀ ଶାନ୍ତିପୂର୍ଣ୍ଣ ଭାବେ ନିଜର ଭୋଟ ଦେଇଥିବା କହିଥିଲେ। ତଣ୍ଡକି ପଞ୍ଚାୟତରେ ୩୨୬୦ ଭୋଟର ରହିଥିବା ବେଳେ ୨୭୬୮ ଜଣମତଦାନ କରିଛନ୍ତି। ସୀମାନ୍ତକୁ ଲାଗି ଛତିଶଗଡର ବୁରୁଦି ରହିଛି।

ତେବେ କୌଣସି ଅପ୍ରତିକର ପରିସ୍ଥିତି ଘଟିବା ନେଇ ଆଶଂକା ରହିଥିଲେ ମଧ୍ୟ ସେଭଳି କୌଣସି ଘଟଣା ଘଟିନଥିଲା ଗ୍ରାମରେ ପହଞ୍ଚିଲା ବେଳକୁ ସବୁ ଶାନ୍ତ ପରିବେଶ ଥିଲା।ଲୋକେ ନିଜର କାମ ସାରି ଭୋଟ କେନ୍ଦ୍ରରେ ଧାଡିରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଥିବାରୁ ପ୍ରଶାସନ ଏବଂ ପୁଲିସ ନିଶ୍ବାଃସ ମାରିଛନ୍ତି। ଆସନ୍ତା ୧୮ ତାରିଖରେ କୋରକୋଣ୍ଡା ବ୍ଲକ ଏବଂ ଖଇରପୁଟ ବ୍ଲକର ୩ଟି ଆସନ ପାଇଁ  ନିର୍ବାଚନ ହେବ।