ବ୍ରହ୍ମପୁର: ଜୀବିକା ହରାଇ ୪ମାସ ତଳେ ନିଜ ଭିଟାମାଟି ଫେରିଥିବା ଓଡ଼ିଆ ସୂତାକଳ ଶ୍ରମିକ ଏବେ ସୁରତ। ଓଡ଼ିଶାରୁ ଏତେମାତ୍ରାରେ ଶ୍ରମିକ ଫେରୁଛନ୍ତି ଏବ˚ ଫେରିବାକୁ ଚାହିଁ ବସିଛନ୍ତି ଯେ, ଆସନ୍ତା ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ସ୍ବତନ୍ତ୍ର ଟ୍ରେନରେ ଟିକେଟ ନାହିଁ। ଅନଲକ୍ରେ କଟକଣା କୋହଳ ହେବା ଏବ˚ ଶ୍ରମିକମାନେ କର୍ମଭୂମିକୁ ଫେରିବା ଫଳ ସୁରତର ସୂତାକଳ ଗୁଡ଼ିକରୁ ତାଲା ଖୋଲୁଛି। ସୂତାକଳ ନଗରୀ ଭାବେ ସୁରତ ଚଳଚଞ୍ଚଳ ହେଉଛି। କିନ୍ତୁ ବାସ୍ତବ ସ୍ଥିତିକୁ ପରଖିଲେ ଦି ପଇସା ରୋଜଗାର ଅଶା ନେଇ ଯାଉଥିବା ଶ୍ରମିକ ଦୁର୍ବିସହ ଜୀବନ ବିତାଉଛନ୍ତି। ସୂତାକଳରେ କାମ ପାଇବେ କି ନାହିଁ ଏଭଳି ଅନିଶ୍ଚିତତା ମଧ୍ୟରେ ଦିନ କାଟୁଛନ୍ତି।
ବୟନଶିଳ୍ପ ଓ ହୀରା କାମ ପାଇଁ ସୁରତ ସହର ପ୍ରସିଦ୍ଧ। ସେଠିକାର ସୂତାକଳ ଓ ହୀରା ପଲିସ କମ୍ପାନିରେ ଦେଶର ପାଖାପାଖି ୨୩ଟି ରାଜ୍ୟର ଶ୍ରମିକ କାମ କରୁଥିବା ବେଳେ ଓଡ଼ିଶା, ଝାଡ଼ଖଣ୍ତ, ବିହାର ଓ ଉତ୍ତର ପ୍ରଦେଶର ସର୍ବାଧୃକ ଶ୍ରମିକ ରହିଛନ୍ତି। ଗୁଜରାତରେ ୭ରୁ ୮ ଲକ୍ଷ ଲୁମ୍ ରହିଛି। ସେଥିରୁ କେବେଳ ସୁରତରେ ୪ଲକ୍ଷ ଲୁମ୍ ରହିଛି। ବିଶେଷକରି ଓଡ଼ିଆ ଶ୍ରମିକ ସୂତାକଳରେ କାର୍ଯ୍ୟ କରୁଛନ୍ତି। ମାର୍ଚ୍ଚ ୨୨ ଲକ୍ଡାଉନ୍ ପରେ ଜୀବିକା ହରାଇ ଜୀବନକୁ ବିପନ୍ନ କରି ନିଜ ଭିଟାମାଟି ଫେରିଥିଲେ।
ବିଶେଷକରି ଗଞ୍ଜାମ ଜିଳ୍ଲାର ୨ଲକ୍ଷରୁ ଅଧିକ ଶ୍ରମିକ ସୁରତ୍ରୁ ନିଜ ଜନ୍ମମାଟି ଫେରିଥିଲେ। ହେଲେ କର୍ମନିଯୁକ୍ତ ଅଭାବ ଓ ଭୋକ ସେମାନଙ୍କୁ ଭିଟାମାଟିର ମୋହରେ ବାନ୍ଧି ରଖୃପାରିନାହିଁ। ଅନ୍ୟପକ୍ଷରେ ଦୀର୍ଘ ୫ ମାସ ଧରି ତାଲା ଝୁଲୁଥିବା ସୂତାକଳ ଖୋଲିବା ଲାଗି ମାଲିକମାନେ ବ୍ୟକୁଳ ହୋଇ ପଡ଼ିଛନ୍ତି। ଜୁଲାଇ ୧୫ ପର ଠାରୁ ଓଡ଼ିଆ ଶ୍ରମିକମାନେ ପୁଣି ସୁରତା ମୁହାଁ ହୋଇଛନ୍ତି। ସୁତାକଳ ମାଲିକମାନେ ବସ ପଠାଇ, ରେଳ ଓ ଉଡ଼ାଜାହାଜ ଟିକେଟ ଦେଇ ଗଞ୍ଜାମରୁ ଶ୍ରମିକଙ୍କୁ ନେଉଛନ୍ତି। ବାରମ୍ବାର ବସ ଦୂର୍ଘଟଣା ପରେ ସୂତାକଳ ଶ୍ରମିକ ବସ୍ରେ ଯିବା ଲାଗି ଉଚିତ ମଣୁ ନାହାନ୍ତି।
/sambad/media/post_attachments/wp-content/uploads/2020/05/migrant-workers-1588695669.jpg)
ଅନ୍ୟପକ୍ଷରେ କେନ୍ଦ୍ର ସରକାର ସୂତାକଳ ଶ୍ରମିକଙ୍କ ଲାଗି ସ୍ବତନ୍ତ୍ର ଟ୍ରେନ ଚଳାଇଛନ୍ତି। ସ୍ବତନ୍ତ୍ର ଟ୍ରେନ ଯୋଗେ ସୁରତ ଶ୍ରମିକ ସୁରତ ଫେରିବା ଧାରା ଅବ୍ୟାହତ ରହିଛି। ସୁରତ ଚଳଚଞ୍ଚଳ ହୋଇଥିଲେ ସବୁ ସୂତାକଳ ଖୋଲିନାହିଁ। ୪୦ରୁ ୫୦ ପ୍ରତିଶତ ସୂତାକଳ ଖୋଲିଛି। ସେଥିରୁ ୧୦ ପ୍ରତିଶତ ସୂତାକଳ ୨ଟି ପାଲି(୨୪ଘଣ୍ଟା) ଚାଲୁଥିବା ବାକି ସୂତାକଳ ଗୋଟିଏ ପାଲି(୧୨ଘଣ୍ଟ) ଚାଲୁଛି। ତେଣୁ ସୁରତ ଯାଉଥିବା ସବୁ ଶ୍ରମିକ ସଙ୍ଗେ ସଙ୍ଗେ କାମ ପାଇବା ଆଶା କମ ରହୁଛି।
ଦ୍ବିତୀୟରେ ଗୁଜୁରାଟ୍ରେ କରୋନା ସ୍ଥିତି ସଙ୍ଗୀନ ରହିଛି। ଗୁଜୁରାଟରେ କରୋନାରେ ୩୨୭୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ୯୯ହଜାର ୬୮୧ଜଣ ସୁସ୍ଥ ହୋଇଛନ୍ତି। ୧୫ହଜାର ୯୭୫ଜଣ ସକ୍ରିୟ ସ˚କ୍ରମିତ ରହିଛନ୍ତି। ଗୁଜୁରାତର ସୁରତ ଜିଲ୍ଲାରେ ୨୫୬୪ ଜଣ ସକ୍ରିୟ ସ˚କ୍ରମିତ ରହିଥିବା ୭୧୧ଜଣଙ୍କ ମୃତ୍ୟୁ ଘଟିଛି। ୨୨ହଜାର ୧୦୭ ଜଣ ସୁସ୍ଥ ହୋଇଛନ୍ତି। ଗୁଜରାତରେ କୋଭିଡ଼୍ ମୃତ୍ୟୁରେ ସୁରତ ପ୍ରଥମ ସ୍ଥାନରେ ରହିଛି। ସୁରତ ସ˚କ୍ରମଣ କମି ନ ନାହିଁ। ଶ୍ରମିକମାନେ ବସ୍ ଓ ଟ୍ରେନ ସାମାଜିକ ଦୂରତ ନ ମାନି ଯାଉଛନ୍ତି। ଦ୍ବିତୀୟରେ ଏକ ଛୋଟିଆ ଘରକୁ ଗୁଡ଼ିକରେ ୧୦ରୁ ୧୨ଜଣ ଶ୍ରମିକ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ରହୁଛନ୍ତି। ଏସବୁ ଦୃଷ୍ଟିକୁ ଦେଖୃଲେ ଶ୍ରମିକମାନେ କରୋନ ସ˚କ୍ରମିତ ହେବାର ବି ଆଶଙ୍କାକୁ ଏଡାଇ ଦେଇ ହେଉନାହିଁ।
/sambad/media/post_attachments/wp-content/uploads/2020/05/up_migrants_505_030520110340-1024x576.jpg)
ପ୍ରବାସୀ ଓଡ଼ିଆ ସମାଜ ସଭାପତି ପ୍ରଦୀପ ସାହୁ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଓଡ଼ିଶାରୁ ୨୦ହଜାର ପାଖାପାଖି ଶ୍ରମିକ ସୁରତ ଫେରିଛନ୍ତି। ସେଠାରେ ଯେହେତୁ କାମ ପାଉ ନାହାନ୍ତି ସେମାନେ ବାଧ୍ୟ ହୋଇ ଫେରୁଛନ୍ତି। କିନ୍ତୁ ଶ୍ରମିକମାନେ ଏଠାକୁ ଆସିବା ପରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସୁରତ ଆସୁଥିବା ଶ୍ରମିକଙ୍କ ମାନଙ୍କ ସ˚କ୍ରାନ୍ତରେ ତଥ୍ୟ ସରକାରଙ୍କ ନିକଟରେ ରହୁନାହିଁ। ଶ୍ରମିକମାନେ ଆସିବା ପୂର୍ବରୁ ଓଡ଼ିଶାରେ ପଞ୍ଜୀକରଣ କରୁ ନାହାନ୍ତି। ସୁରତ ଆସୁଥିବା ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ପ୍ରତି ଓଡ଼ିଶା ସରକାର ଗୁରୁତ୍ବ ଦେବା ଦରକାର। ଏଠାରେ କାମ କରୁଥିବା ଶ୍ରମିକ ଉପଯୁକ୍ତ ମଜୁରୀ ପାଉଛନ୍ତି କି ନାହିଁ, ଇଏସ୍ଆଇ ଓ ଇପିଏଫ୍ ଆଦି ବ୍ୟବସ୍ଥା ଅଛି କି ନାହିଁ, ପଗାର ବ୍ୟାଙ୍କ ଆକାଉଣ୍ଟସ୍କୁ ଆସୁଛି କି ନାହିଁ ଆଦି ଦିଗ ଉପରେ ଓଡ଼ିଶା ସରକାର ନଜର ରଖୁନ୍ତୁ। ଶ୍ରମିକଙ୍କ କଥା ବୁଝିବା ଲାଗି ଜଣେ ନୋଡ଼ାଲ ଅଫିସରଙ୍କୁ ସୁରତ ଠାରେ ଓଡ଼ିଶା ସରକାର ଅବସ୍ଥାପିତ କରାନ୍ତ। ସୁରତକୁ ମିନି ଓଡ଼ିଶା କୁହାଯାଉଛି ଓଡ଼ିଆ କଥା ବୁଝିବା ଲାଗି ଏଠି କିଏ ନାହିଁ ବୋଲି ସେ କହିଛନ୍ତି।
ସୁରତର ଓଡ଼ିଆ ସୂତା କଳ ମାଲିକ ଅଭିମୁନ୍ୟ ମଣ୍ତଳ କହିଛନ୍ତି ଯେ, ଅଗଷ୍ଟ ୩୧ ପର ଠାରୁ ଆସ୍ତେ ଆସ୍ତେ ସୂତାକଳ ଗୁଡ଼ିକ ଖୋଲୁଛି। ମାର୍କେଟ ବି ଖୋଲିଲାଣି। ୫୦ ପ୍ରତିଶତ କମ୍ପାନି ଚାଲୁ ହୋଇଗଲାଣି। ବର୍ତ୍ତମାନ ଯେଉଁଭଳି ଲୋକ ଆସୁଛନ୍ତି ସଙ୍ଗେ ସଙ୍ଗେ କାମ ମିଳିବା ଆଶା କମ ରହୁଛି। ନଭେମ୍ବର ଓ ଡିସେମ୍ବର ମାସରେ ଯେଉଁ ଶ୍ରମିକମାନେ ଗାଁକୁ ଯାଇଥିଲେ ଲକ୍ଡାଉନ୍ ଯୋଗୁ ମାର୍ଚ୍ଚ ଓ ଏପ୍ରିଲରେ ସେମାନେ ଫେରିପାରି ନ ଥିଲେ।
ଲକ୍ଡାଉନ୍ ପରେ ବାକି ଶ୍ରମିକମାନେ ଚାଲିଗଲେ। ବର୍ତ୍ତମାନ ସମସ୍ତେ ଫେରୁଥିବାରୁ ସମସ୍ୟା ହୋଇପାରେ। ସୁରତ ସବୁବେଳେ ଶ୍ରମିକମାନଙ୍କ ଯିବା ଆସିବା ଲାଗି ରହିଥାଏ। ତେଣୁ ଶ୍ରମିକମାନଙ୍କୁ କାମ ମିଳିବାରେ ସାମୟିକ ସମସ୍ୟା ସୃଷ୍ଟି ହୋଇପାରେ କିନ୍ତୁ ଦୀପାବଳୀ ପରେ ସ୍ଥିତି ସମ୍ପୂର୍ଣ୍ଣ ସ୍ବଭାବିକ ହେବାର ଆଶା ରହିଛି। ବର୍ତ୍ତମାନ ମୋ ସୂତାକଳର କିଛି ଶ୍ରମିକ ଫେରିନାହାନ୍ତି। ମାତ୍ର ୩୦ଲୋକଙ୍କ ନେଇ ଫ୍ୟାକ୍ଟ୍ରି ୨୪ଘଣ୍ଟା ଚାଲିଛି।
ସୂତାକଳ ମାଲିକ ହୃଷିକେଶ ସ୍ବାଇଁ କହିଛନ୍ତି ଯେ, ଲକ୍ଡାଉନ୍ ବେଳେ ସୁରତ ରୁ ୭୦ ପ୍ରତିଶତ ଶ୍ରମିକ ଯାଇଥିଲେ। ୩୦ ପ୍ରତିଶତ ଶ୍ରମିକ ରହିଥିଲେ। ବିହାର ଓ ଉତ୍ତର ପ୍ରଦେଶ ଶ୍ରମିକମାନେ ବହୁ ପୂର୍ବରୁ ଫେରିଲେଣି। ଓଡ଼ିଆ ଶ୍ରମିକମାନେ ବର୍ତ୍ତମାନ ଫେରୁଛନ୍ତି। ସୁରତ୍ର ୫୦ ପ୍ରତିଶତ ସୂତାକଳ ଖୋଲିଥିଲେ ହେଁ ମାତ୍ର ୧୦ ପ୍ରତିଶତ ୨୪ଘଣ୍ଟା ଚାଲୁଛି। ଆଉ ସବୁ ୧୨ଘଣ୍ଟା ଚାଲୁଛି। ସୁରତ ସହର ଚଳଚଞ୍ଚଳ ହୋଇଥିଲେ କରୋନା ସ୍ଥିତି ସଙ୍ଗୀନ ରହିଛି। ସୁରତ ସହରରୁ ପ୍ରତ୍ୟହ ୩ଶହ ରୁ ୪ଶହ ନୂତନ ସ˚କ୍ରମିତ ଚିହ୍ନଟ ହେଉଛନ୍ତି।
ସୂତାକଳରେ ସାମାଜିକ ଦୂରତ ଅବଲମ୍ବନ ହେଉଥିବାରୁ ଶ୍ରମିକ କାମ କରିବାରେ କିଛି ସମସ୍ୟା ନାହିଁ। କିନ୍ତୁ ସୁରତରେ ୧୦ ଫୁଟ ରେ ୧୦ ଫୁଟ୍ ଏକ କକ୍ଷରେ ୧୦ ରୁ ୧୨ଜଣ ଶ୍ରମିକ ରହୁଛନ୍ତି। ଜଣେ ଯଦି କରୋନା ସ˚କ୍ରମିତ ହେଉଛି ସବୁଆଡେ଼ ବ୍ୟାପୁଛି। ଅନ୍ତତଃ ପ୍ରତିଷେଧକ(ଭ୍ୟାକ୍ସିନ) ନ ବହାରିବା ଓଡ଼ିଶା ଶ୍ରମିକମାନେ ସୁରତ ନ ଆସିବା ଭଲ। ପ୍ରବାସୀ ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାର ଚିନ୍ତା କରିବା ଦରକାର। ଓଡ଼ିଶାର ଏହା ବଡ଼ ସମସ୍ୟା। ଓଡ଼ିଶା ସରକାର ୧ଲକ୍ଷ ଲୁମ୍ ଯଦି ସ୍ଥାପନ ଯଦି ସ୍ଥାପନ କରି ୧ କୋଟି ଲୋକଙ୍କୁ କର୍ମ ନିଯୁକ୍ତି ମିଳବ ଏବ˚ ସବୁଦିନ ଲାଗି ପ୍ରବାସୀ ସମସ୍ୟାର ସମାଧାନ ହୋଇପାରିବ।