ଓଡିଶାକୁ ନାହିଁ ବାତ୍ୟା ଭୟ, ୯ରୁ ହେବ ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତକୁ ନେଇ ବଡ ଆଶ୍ୱସ୍ତି । ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଏହା ପ୍ରଭାବ ଓଡିଶା ଉପରେ ପଡିବାର ସମ୍ଭାବନା କମ୍ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଂଜୟ ମହାପାତ୍ର । ପାରାଦୀପ ଠାରୁ ଏହା ଏବେ ୮୧୦ କିଲୋମିଟର ଦୂରରେ ରହିଛି ।

ତେବେ ଆଗକୁ ଏହି ଗଭୀର ଅବପାତ ବାତ୍ୟାର ରୁପ ନେଇପାରେ । ଏହା ବାତ୍ୟା ରୂପ ନେଲେ ପଶ୍ଚିମବଂଗ ଓ ବାଂଲାଦେଶ ମୁହାଁ ହେବ । ତେଣୁ ଓଡିଶାରେ ବିଶେଷ ପ୍ରଭାବ ପଡିନପାରେ ବୋଲି ଭାରତୀୟ ପାଣିପାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଆସନ୍ତା ୮ ତାରିଖ ଯାଏଁ ପାଗ ଶୁଖିଲା ରହିବ କିନ୍ତୁ ୯ ତାରିଖରୁ ୨ ଦିନ ବର୍ଷା ହେବ ।

ଏହାର ପ୍ରଭାବରେ ଉତ୍ତର ଓଡିଶା ଉପକୂଳ ଜିଲ୍ଲାଗୁଡିକରେ ଆସନ୍ତା ୯ ତାରିଖରୁ ବର୍ଷା ହେବ । ଏହି ସମୟରେ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଅବପାତ ଏବେ ସମୁଦ୍ର ମଧ୍ୟରେ ରହି ଧୀରେ ଧୀରେ ଗତି କରୁଥିବାରୁ ଏହା ଉପରେ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ନିର୍ଦ୍ଦେଶକ ।

ସମ୍ବନ୍ଧିତ ଖବର