ବାତ୍ୟା ଓଡିଶା ଉପକୂଳ ଛୁଇଁବା ସମ୍ଭାବନା କମ: ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର: ବାତ୍ୟା ଓଡିଶା ଉପକୂଳ ଛୁଇଁବା ସମ୍ଭାବନା କମ । ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକେ ଆତଙ୍କିତ ନେହେବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଆଜି ସାମ୍ବାଦିକ ସମ୍ମିଳନୀ କରି ବାତ୍ୟା ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି ଏସଆରସି( ସ୍ୱତନ୍ତ୍ର ରିଲିଫ କମିଶନର) ପ୍ରଦୀପ ଜେନା | ଏହା ସହ ଜିଲ୍ଳାପାଳ ମାନଙ୍କ ଆଲୋଚନା କରାଯାଇ ସେମାନଙ୍କୁ ସତର୍କ ରହିବାକୁ ନିଦେ୍ର୍ଦଶ ଦିଆଯାଇଥିବା କହିଛନ୍ତି | ଏସଆରସିଙ୍କ କହିବା ମୁତାବକ ବାତ୍ୟାର ଚିତ୍ର ଆଜି ସନ୍ଧ୍ୟା ବା ଆସନ୍ତାକାଲି ସକାଳ ସୁଦ୍ଧା ସ୍ପଷ୍ଟ ହୋଇଯିବ |

ଏହାର ପ୍ରଭାବରେ ଉତ୍ତର ଓଡିଶା ଓ ଉପକୂଳବର୍ତ୍ତୀ ଅଂଚଳରେ ସାମାନ୍ୟ ଓ ମଧ୍ୟମ ଧରଣର ବର୍ଷା ହେବ | ସେହିପରି ପବନ ବେଗ ୫୦ରୁ ୬୦ କିଲୋମିଟର ରହିବ | ୭ ତାରିଖ ସନ୍ଧ୍ୟା ପରଠାରୁ ଧୀବରମାନଙ୍କୁ ସମୁଦ୍ର ମଧ୍ୟ ନ ଯିବାକୁ ପରାମର୍ଶ ଦିଆଯାଇଛି | ରାଜ୍ୟ କୃଷି ବିଭାଗକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି |

ସେହିପରି ୮ ନଭେମ୍ବର ସନ୍ଧ୍ୟା ୫ଟା ବେଳକୁ ଗୋପାଳପୁର ୩୨୦ କିଲୋମିଟର ଦୂରରେ ବାତ୍ୟା ରହିବ | ୯ ତାରିଖ ସନ୍ଧ୍ୟା ବେଳକୁ ଅସ୍ତରଙ୍ଗ ଠାରୁ ୧୭୦ କିଲୋମିଟର ଦୂରରେ ରହିବ | ୧୦ ତାରିଖ ସନ୍ଧ୍ୟା ୭ଟା ବେଳକୁ ପାରାଦୀପ ଠାରୁ ୧୬୦ କିଲୋମିଟର ଦୂରରେ ରହିବ | ୧୧ ତାରିଖ ସକାଳ ୫ଟା ବେଳକୁ ଧାମରାଠାରୁ ୧୪୦ କିଲୋମିଟର ଦୂରରେ ରହିବ | ଏହି ବାତ୍ୟା ନଭେମ୍ବର ୧୦ ତାରିଖ ସନ୍ଧ୍ୟାରୁ ୧୧ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ |

ସମ୍ବନ୍ଧିତ ଖବର