ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ବିଶ୍ବରେ ୧ ନମ୍ବରରେ ଥିବା ଆମେରିକାରେ ନ ଥିଲେ ସୁରତ ଫେରନ୍ତା !

ଭୁବନେଶ୍ୱର: ସୁରତ ଫେରନ୍ତାଙ୍କୁ ନେଇ ଯେଉଁମାନେ ସରକାରଙ୍କୁ ଦୋଷୀ ଭାବୁଛନ୍ତି ସେମାନଙ୍କ ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆମେରିକା ଓ ସୁରତ ସମ୍ପର୍କକୁ ନେଇ କହିଛନ୍ତି | ସେ କହିଛନ୍ତି ଯେ ସାରା ବିଶ୍ୱରେ ଆଜି ସୁଦ୍ଧା ୪୧ ଲକ୍ଷ ୯୭ ହଜାର ୧୭୪ ଜଣ ସଂକ୍ରମିତ ହୋଇଥିବାବେଳେ ୨ ଲକ୍ଷ ୮୪ ହଜାର ୯୬ ଜଣଙ୍କର ମୃତ୍ୟୁ ଘଟିଛି | ତେବେ ଏମାନଙ୍କ ମଧ୍ୟରୁ ୧୫ ଲକ୍ଷ ଲୋକ ସୁସ୍ଥ ହୋଇ ଫେରିଆସିଛନ୍ତି | ଏହି ତାଲିକାରେ ସଂକ୍ରମିତ ଦେଶର ଶୀର୍ଷରେ ଯୁକ୍ତରାଷ୍ଟ୍ର ଆମେରିକା ରହିଛି |

ବିଶ୍ୱର ପ୍ରାୟ ଏକ ତୃତୀୟାଂଶ ଆକ୍ରାନ୍ତ ଆମେରିକାରେ ହିଁ ଅଛନ୍ତି | ୪୨ ଲକ୍ଷ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୧୪ ଲକ୍ଷ ଲୋକ ଆମେରିକାରେ ଥିବାବେଳେ ମୃତକଙ୍କ ସଂଖ୍ୟା ଦେଖିବାକୁ ଗଲେ ଆମେରିକାରେ ଏକ ତୃତୀୟାଂଶ ମୃତକ ରହିଛନ୍ତି | ମାତ୍ର  ଆମେରିକାରେ କେହି ସୁରତ ଫେରନ୍ତା ନାହାନ୍ତି ବୋଲି କହିଛନ୍ତି ବାଗଚୀ। ଅଥଚ ଆମେରିକାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆମଠାରୁ ଯଥେଷ୍ଟ ଉନ୍ନତ ହୋଇଥିବା ବେଳେ ଏତେ ସଂଖ୍ୟାରେ ଆକ୍ରାନ୍ତ ରହିଛନ୍ତି | ଆମଠାରୁ ଉଭୟ ଅର୍ଥ ଓ ପରିଷ୍କାର ପରିଚ୍ଛନ୍ନତା ଉନ୍ନତ ଥିଲେ ବି ଏତେ ସଂଖ୍ୟାରେ ଲୋକ ଆକ୍ରାନ୍ତ ହୋଇପଡିଛନ୍ତି | ତେଣୁ ଆମକୁ ପ୍ରବାସୀ ଶ୍ରମଜୀବୀଙ୍କୁ ଦୋଷ ଦେବା ଠିକ ନୁହେଁ | ଆମକୁ ସ୍ଥିର ଚିତ୍ତ ହୋଇ ବାସ୍ତବତାର ସହ ମନୋବଳ ନେଇ କାମ କରିବାକୁ ପଡିବ |

ସମ୍ବନ୍ଧିତ ଖବର