ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଏବର୍ଷ ବିଜୁଳି ଦର ବଢିବ ନାହିଁ

ଭୁବନେଶ୍ୱର : ଓଡ଼ିଶାରେ ଚଳିତ ବର୍ଷ ବିଜୁଳି ଦର ବଢିବ ନାହିଁ ବୋଲି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ପକ୍ଷରୁ ଘୋଷଣା କରାଯାଇଛି ।
ଓଇଆରସି ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ରାଜ୍ୟରେ ୨୦୧୯-୨୦ରେ ଲାଗୁ ହୋଇଥିବା ବିଜୁଳି ତାରିଫ ୨୦୨୦-୨୧ରେ ମଧ୍ୟ ଜାରି ରହିବ । ୨୦୨୦-୨୧ ପାଇଁ ୟୁନିଟ ପଛା ହାରାହାରି ଯୋଗାଣ ଦର ୫ ଟଙ୍କା ୩ ପଇସା ରହିଥିବାବେଳେ ହାରାହାରି ତାରିଫ ୪ ଟଙ୍କା ୮୨ ପଇସା ରହିଛି । ୨୦୧୯-୨୦ ପାଇଁ ଓପିଟିସିଏଲର ବିଦ୍ୟୁତ ପରିବହନ ଦର ୟୁନିଟ ପିଛା ୨୫ ପଇସା ଥିବାବେଳେ ଚଳିତ ଆଥର୍କ ବର୍ଷ ପାଇଁ ତାହାକୁ ଅପରିବର୍ତ୍ତିତ ରଖାଯାଇଛି । ତେବେ ୨୦୧୯-୨୦ରେ ଓଏଚପିସିର ତାରିଫ ୮୬.୧୦ ପଇସା ଥିବାବେଳେ ଚଳିତ ଆଥିର୍କ ବର୍ଷରେ ତାହା ୯୦.୧୧ ପଇସାକୁ ବୃଦ୍ଧି କରାଯାଇଛି ।
ଚଳିତ ଆଥିର୍କ ବର୍ଷରେ ଗ୍ରୀଡକୋ ମୋଟ ୨୯୦୧୮ ନିୟୁତ ୟୁନିଟ ବିଜୁଳି ଖରିଦ କରିବ ଓ ୨୮୦୯୦ ନିୟୁତୟୁନିଟ ବିତରଣ କମ୍ପାନିଙ୍କୁ ବିକ୍ରି କରିବ ।

ଅନ୍ୟପକ୍ଷରେ ଏବର୍ଷ ପ୍ରିପେଡ ଉପଭୋକ୍ତାଙ୍କୁ ନିଜ ପ୍ରିପେଡ ପରିମାଣର ୨ ପ୍ରତିଶତ ରିହାତି ମିଳିବ । ସେହିପରି ଇଲେକଟ୍ରିକ ଯାନ ଚାର୍ଜ କରିବାକୁ ଜେନେରାଲ ପରପଜ ବା ସାଧାରଣ ବ୍ୟବହାରରେ ଅନ୍ତର୍ଭୁକ୍ତ କରାଯାଇଛି ।

ସମ୍ବନ୍ଧିତ ଖବର