କାନଝରୀ କେନାଲରେ ପାଣି ଆସୁନି, ବିଲ ଫାଟି ଆଁ

ଢେଙ୍କିକୋଟ : କାନଝରୀ ଡାହାଣପଟ କେନାଲରେ ମରାମତି କାମ ଚାଲିଥିବାରୁ ଫେବ୍ରୁଆରି ୨୮ ତାରିଖରୁ ପାଣି ଆସୁନି। ଇତି ମଧ୍ୟରେ ୯ ଦିନ ବିତି ଯାଇଥିବା ବେଳେ କେନାଲ ମରାମତି ବି ସରୁନି। ତଳମୁଣ୍ଡକୁ ପାଣି ନଆସିବା ଫଳରେ ପ୍ରଚଣ୍ଡ ଖରାରେ ବିଲ ଫାଟି ଆଁ କଲାଣି। ପାଣି ବିନା ପୋଇପାଣି ଓ ଏହାର ଆଖପାଖ ଗ୍ରାମରେ ଖରାଟିଆ ଧାନ ଚାଷ ପ୍ରଭାବିତ ହୋଇଛି। ରୁଆ ହେବାକୁ ଥିବା ଧାନ ରୁଆ ହୋଇପାରୁ ନଥିବା ବେଳେ ରୁଆ ହୋଇଥିବା ଧାନ ଗଛ ମରିଗଲାଣି। କେନାଲରେ ବାରମ୍ବାର ମରାମତି ଆଳରେ ପାଣି ବନ୍ଦ କରାଯାଉ ଥିବାରୁ ଏଠାରେ ଚାଷୀଙ୍କ ପ୍ରବଳ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି। କାନଝରୀ କେନାଲ କର୍ତ୍ତୃପକ୍ଷ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର