ରାଇରଙ୍ଗପୁର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ପାଇଁ ମାଳମାଳ ଯୋଜନା ପ୍ରଣୟନ କରିଛନ୍ତି। ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଖାଦ୍ୟ-ଶସ୍ୟକୁ ସୁରକ୍ଷିତ ଭାବେ ଅମଳ କରିବା ପାଇଁ କୃଷି ଖଳା ପ୍ରସ୍ତୁତ ହୋଇଛି । କିଛି ସ୍ଥାନରେ କୃଷି ଖଳାକୁ ସମେତ ଚାଷୀମାନଙ୍କ ନିମନ୍ତେ ରାସ୍ତା ସମେତ ପାନୀୟ ଜଳର ମଧ୍ୟ ବ୍ୟବସ୍ଥା କରାଯାଇଛି। କିନ୍ତୁ ନିର୍ମାଣ ହୋଇଥିବା କୃଷି ଖଳାକୁ ଚାଷୀମାନେ ବ୍ୟବହାର କରିପାରୁନାହାଁନ୍ତି। ଫଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କୃଷି ଖଳା ଗୁଡିକ କାର୍ଯ୍ୟରେ ଲାଗୁ ନଥିବା ଦେଖାଯାଉଛି।

Advertisment

ଅନ୍ୟପଟରେ ସନ୍ଧ୍ୟା ହେଲେ କୃଷି ଖଳା ଗୁଡ଼ିକରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଟାସ୍ଥଳି ପାଲଟୁଥିବା ଦେଖିବାକୁ ମିଳୁଛି। ଏପରି ଘଟଣା ବାମନଘାଟୀ ଉପଖଣ୍ଡରେ ଥିବା ଅଧିକାଂଶ ଖଳା ଗୁଡିକରେ ଦେଖାଯାଉଛି। ବ୍ଲକ୍ ପକ୍ଷରୁ ୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ବ୍ୟୟରେ କୃଷି ଖଳା ନିର୍ମିତ ହୋଇଛି। ତେବେ ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ ଖଳା ନିର୍ମାଣ ହେଲା କିନ୍ତିୁ ଗାଁ ଠାରୁ ପାଖରେ କରାନଯାଇ ବହୁ ଦୂରରେ ନିର୍ମାଣ କରାଯାଇଛି। ଏହା ବ୍ୟତୀତ ଅଧିକାଂଶ ଖଳା ଚାରିପଟେ ବୁଦା ଓ ଜଙ୍ଗଲ ଥିବା କହିଛନ୍ତି।

publive-image

ତେବେ ଚାଷୀଙ୍କ ମତାମତ ନେଇ ଖଳା ନିର୍ମାଣ କରିଥିଲେ ତାହା ବ୍ୟବହାର ଯୋଗ୍ୟ ହୋଇ ପାରିଥାନ୍ତା। ଗ୍ରାମ ପାର୍ଶ୍ବରେ ଥିଲେ ଚାଷୀଙ୍କ କୌଣସି ଅସୁବିଧା ହୋଇନଥାନ୍ତା। ନାଁକୁ ମାତ୍ର ଧାନ ଖଳା ନିର୍ମାଣ କରି ଠିକାଦାର ଏବଂ ବ୍ଲକ୍ ପ୍ରଶାସନ ମିଶି ଅର୍ଥ ଆତ୍ମସାତ୍ କରିଥିବା ଚର୍ଚ୍ଚା ହେଉଛି। ତେବେ କାହା ସ୍ୱାର୍ଥରେ ତାହା ନିର୍ମାଣ କରାଯାଇଛି ବୋଲି ପ୍ରଶ୍ନ ଉଠୁଛି। ଏହା ବ୍ୟତୀତ ଅଧିକାଂଶ ଖଳା ଗୁଡିକ ଗ୍ରାଠାରୁ ଦୂରରେ ଥିବାରୁ ସନ୍ଧ୍ୟାହେଲେ ମଦୁଆ, ଜୁଆଡ଼ି ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳି ପାଲଟୁଥିବା ଅଭିଯୋଗ ହେଉଛି। ଫଳରେ ଉକ୍ତ ଖଳା ପାର୍ଶ୍ବ ଦେଇ ଗ୍ରାମବାସୀ ମଧ୍ୟ ଯିବା ଆସିବା କରିବାକୁ ଭୟ କରିଥାନ୍ତି। ଅଧିକାଂଶ ଖଳା ନିମ୍ନମାନର ନିର୍ମାଣ କାର୍ଯ୍ୟ ହୋଇଛି ଏବଂ ବ୍ୟବହାର ନହେଉଥିବାରୁ ଉପର ସିମେଣ୍ଟ ମଧ୍ୟ ଉଠିଗଲାଣି । ଏପଟେ ମଦ ବତଲ ଭଙ୍ଗା କାଚ, ପ୍ଲାଷ୍ଟିକ ବତଲ ଓ ପ୍ଲାଷ୍ଟିକ ଗ୍ଲାସ ପଡିଥିବାର ନଜର ଆସୁଛି। ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।