ନୋବେଲ ବିଜୟିନୀ ଲେଖିକା ଟୋନି ମରିସନଙ୍କ ପରଲୋକ

ନ୍ୟୁୟର୍କ: ନୋବେଲ ପୁରସ୍କାର ବିଜୟିନୀ ପ୍ରଖ୍ୟାତ ଲେଖିକା ଟୋନି ମୋରିସନଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ୧୯୯୩ ମସିହାରେ ସେ ନୋବେଲ ପୁରସ୍କାର ପାଇଥିଲେ। ଆଧୁନିକ ଭାଷା ସାହିତ୍ୟର ଜଣେ ଅଗ୍ରଦୂତ ଥିବା ଟୋନି ଗତ କିଛିଦିନ ହେଲା ଅସୁସ୍ଥ ଥିଲେ। ସୋମବାର ରାତିରେ ନ୍ୟୁୟର୍କସ୍ଥିତ ମଣ୍ଟେଫିଓରି ମେଡିକାଲ ସେଣ୍ଟରରେ ସୋମବାର ରାତିରେ ତାଙ୍କର ପରଲୋକ ହୋଇଛି ବୋଲି ପ୍ରକାଶକ ଆଲଫ୍ରେଡ ଏ ନଫ୍ ସୂଚନା ଦେଇଛନ୍ତି। ଟୋନିଙ୍କ ପରିବାର ସଦସ୍ୟମାନେ ପ୍ରକାଶକଙ୍କ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ୧୯୮୮ ମସିହାରେ ଟୋନି ପୁଲିଜର ପୁରସ୍କାର ମଧ୍ୟ ପାଇଥିଲେ। ଭାଷା ସାହିତ୍ୟରେ ତାଙ୍କର ଅସାଧାରଣ ପ୍ରବେଶ ଥିଲା।

ସମ୍ବନ୍ଧିତ ଖବର