ଜିଲ୍ଲା ନୋଡାଲ ସଚିବଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ସୋନପୁର: ଗୁରୁବାର ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ୱରେ ଥିବା ଜିଲ୍ଲା ନୋଡାଲ ସଚିବ ତଥା ଇପିକଲ ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦ୍ର ସିଂ ପୁନିଆଁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ସୋନପୁର ପୌର ପରିଷଦର କୁମ୍ଭାରପଡ଼ା ଓ ଖଦାଳପଡ଼ା, ଉଲୁଣ୍ଡା ବ୍ଲକ୍ ମୁଣ୍ଡୋଘାଟ, ସୋନପୁର ବ୍ଲକର କଳାପଥର, ହରଡ଼ଖୋଲ ଓ ଖାରୀ ପଞ୍ଚାୟତର ମହୁଲେସ୍ଥିତ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ କରିଥିଲେ। ଖାରୀ ପଞ୍ଚାୟତ ବଡ଼ବାହାଲିସ୍ଥିତ ଛତୁଆ ବଣ୍ଟନ କେନ୍ଦ୍ର ପରିଦର୍ଶନ କରି ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।

ତରେଇକେଲାରେ ନିର୍ମାଣାଧୀନ ଏମଏସଏମଇ ପାର୍କ ସହ ସାହାଜପିଟାରେ ମହିଳା ସ୍ଵୟଂସହାୟିକା ଗୋଷ୍ଠୀ ଦ୍ୱାରା ପରିଚାଳିତ ସୀତାରାମ ଛତୁଚାଷ ଓ ମଞ୍ଜି ଉତ୍ପାଦନ କେନ୍ଦ୍ର, ୫-ଟି ରୂପାନ୍ତରିତ ସଗାରପାଲି ଗଙ୍ଗାଧର ମେହେର ଉଚ୍ଚବିଦ୍ୟାଳୟ ପରିଦର୍ଶନ କରିଥିଲେ। ତରଭା ବ୍ଲକ୍ ପାଣିମୁରାଠାରେ ନିର୍ମାଣାଧୀନ ପ୍ରଥମ ଶସ୍ୟଭିତ୍ତିକ ଇଥାନେଲ ପ୍ଲାଣ୍ଟ ମଧ୍ୟ ପରିଦର୍ଶନ କରିଥିଲେ। ଏହି ଅବସରରେ ଭାରପ୍ରାପ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର, ଜିଲ୍ଲା ମୁଖ୍ୟଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଜିଏମ ଡିଆଇସି ବଳଭଦ୍ର ନାୟକ, ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ରେଣୁବାଳା ଦାଶ, ସୋନପୁର ନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ରୁଟ, ସୋନପୁର ବିଡିଓ ସୌମ୍ୟରଞ୍ଜନ ସ୍ୱାଇଁ, ଉଲୁଣ୍ଡା ବିଡିଓ କରିସ୍ମା ବେସ୍ରା, ମିସନ ଶକ୍ତି ଜିଲ୍ଲା ସଂଯୋଜକ କାର୍ତ୍ତିକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର