ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟ-ଅପ୍‌ ସଂଖ୍ୟା ୨୬୬କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟ-ଅପ୍‌ ସଂଖ୍ୟା ୨୬୬କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟରେ ସ୍ୱୀକୃତିପ୍ରାପ୍ତ ଇନ୍‌କ୍ୟୁବେଟର ସଂଖ୍ୟା ୯କୁ ବୃଦ୍ଧି ପାଇଛି।

ଆଜି ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟାର୍ଟ-ଅପ୍‌ ଓଡ଼ିଶାର ନବମ ବୈଠକରୁ ଉପରୋକ୍ତ ସୂଚନା ମିଳିଛି। ଏଥିରୁ ଜଣାପଡ଼ିଛି ଯେ ରାଜ୍ୟରେ ସହାୟତାପ୍ରାପ୍ତ ଷ୍ଟାର୍ଟ-ଅପ୍‌ ସଂଖ୍ୟା ୩୬କୁ ବୃଦ୍ଧି ପାଇଥିବା ବେଳେ ସେମାନଙ୍କୁ ୪୬ଟି ସୁବିଧା ପ୍ରଦାନ କରାଯାଇଛି। ଏହା ସହିତ ୨ଟି ଇନ୍‌କ୍ୟୁବେଟର ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଏସ୍‌ଏସ୍‌ୟୁ ଇନୋଭେସନ୍‌ସ ଓ ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଫାଉଣ୍ଡେସନ୍‌କୁ ସ୍ୱୀକୃତି ମିଳିଛି।

ସମ୍ବନ୍ଧିତ ଖବର