ପଞ୍ଚାୟତ ନିର୍ବାଚନ-୨୦୨୨: ୨ୟ ଦିନରେ ମାଲକାନଗିରି ଜିଲ୍ଲାରେ ୧୨୩ ଜଣଙ୍କ ନାମାଙ୍କନ ପତ୍ର ଦାଖଲ

ମାଲକାନଗିରି: ଜିଲ୍ଲାରେ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କିପରି ନିର୍ବାଚନ ସୁରୁଖୁରୁରେ ହେବ ସେନେଇ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି।ଆଜି ନାମାଙ୍କନ ପତ୍ର ଦାଖଲ କରିବାର ଦ୍ବିତୀୟ ଦିନରେ ମୋଟ ୧୨୩ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି।ସେଥିମଧ୍ୟରୁ ମାଲକାନଗିରି ବ୍ଲକର ୧୯ଟି ପଞ୍ଚାୟତରେ ୧୪ ଜଣ ଵାର୍ଡ ମେମ୍ବର,୧୧ ଜଣ ସରପଞ୍ଚ ଏବଂ ୬ ଜଣ ସମିତି ସଭ୍ୟ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସେହିପରି ମାଥିଲି ବ୍ଲକରେ ୨୦ଟି ପଞ୍ଚାୟତ ରହିଥିବା ବେଳେ ୯ ଜଣ ଵାର୍ଡ ମେମ୍ବର,୪ ଜଣ ସରପଞ୍ଚ ଏବଂ ୨ ଜଣ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।କାଲିମେଳା ବ୍ଲକରେ ୨୩ଟି ପଞ୍ଚାୟତ ରହିଥିବା ବେଳେ ୧୬ ଜଣ ଵାର୍ଡ ମେମ୍ବର,୩ ଜଣ ସରପଞ୍ଚ,୨ ଜଣ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଖଇରପୁଟ ବ୍ଲକରେ ୧୧ଟି ପଞ୍ଚାୟତ ରହିଥିବା ବେଳେ ୩ ଜଣ ଵାର୍ଡ ମେମ୍ବର,୨ ଜଣ ସରପଞ୍ଚ ଏବଂ ୨ ଜଣ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଚିତ୍ରକୋଣ୍ଡା ବ୍ଲକରେ ୧୮ଟି ପଞ୍ଚାୟତ ରହିଥିବା ବେଳେ ୧୯ ଜଣ ଵାର୍ଡ ମେମ୍ବର,୩ ଜଣ ସରପଞ୍ଚ ଏବଂ ୨ ଜଣ ସମିତି ସଭ୍ୟ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

କୋରକୋଣ୍ଡା ବ୍ଲକରେ ୧୨ଟି ପଞ୍ଚାୟତ ରହିଥିବା ବେଳେ ୩ ଜଣ ଵାର୍ଡ ମେମ୍ବର,୪ ଜଣ ସରପଞ୍ଚ ଏବଂ ୨ ଜଣ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ପଡିଆ ବ୍ଲକରେ ୮ଟି ପଞ୍ଚାୟତ ରହିଥିବା ବେଳେ ୫ ଜଣ ଵାର୍ଡ ମେମ୍ବର ଏବଂ ଜଣେ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ଜିଲ୍ଲା ପରିଷଦ ପାଇଁ କୌଣସି ଦଳର ଜଣେ ବି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବା ଜଣାପଡିଛି।ତେବେ ଜିଲ୍ଲାରେ ଆସନ୍ତାକାଲି ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ନିଜରର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର