୧୩,୩୪୩ଜଣଙ୍କ ନାମରେ ଜାମିନ ବିହୀନ ପରୱାନା

ସ୍ବଚ୍ଛ ଓ ଅବାଧ ନିର୍ବାଚନ ପାଇଁ ପଦକ୍ଷେପ

ଭୁବନେଶ୍ବର : ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୩,୩୪୩ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି। ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ଧାରା ଅନୁଯାୟୀ ୫୪ହଜାର ୯୨୧ଜଣଙ୍କୁ ଅଟକ ରଖାଯାଇଛି। ୫ହଜାର ୧୭୭ଟି ଲାଇସେନ୍ସ ବନ୍ଧୁକ ବିଭିନ୍ନ ଜିଲ୍ଲା ପ୍ରଶାସନ ଠାରେ ଜିମା ଦିଆଯାଇଛି। ଲାଇସେନ୍ସ ନଥିବା ୨୩୨ଟି ଅସ୍ତ୍ରଶସ୍ତ୍ର ଏବଂ ୧୪୩୩.୦୩୨କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ ହୋଇଛି। ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୁଲିସ ସହାୟତାରେ ପ୍ରାୟ ୧୨୭୯୭୮.୩୧୫ ବଲ୍କ ଲିଟର ମଦ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୩କୋଟି ୫୧ଲକ୍ଷ ୮୯ହଜାର ୧୭୭ଟଙ୍କା। ଆଜି ସୁଦ୍ଧା ରାଜ୍ୟରେ ଫ୍ଲାଇଂ ସ୍କ୍ବାଡ୍‌ ଓ ପୁଲିସ ଦ୍ବାରା ୨କୋଟି ୯୭ଲକ୍ଷ ୨୫୦ଟଙ୍କା ଜବତ କରାଯାଇଛି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ସର୍ବସାଧାରଣ ସ୍ଥାନରେ ଲାଗିଥିବା ୩୨ ଲକ୍ଷ ୭୪ହଜାର ୮୪୧ଟି ପୋଷ୍ଟର ଆଦିକୁ ହଟାଇ ଦିଆଯାଇଛି। ସେହିପରି ଆଜି ସୁଦ୍ଧା ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍ ଭାବେ ଲାଗିଥିବା ୨ଲକ୍ଷ ୮୨ହଜାର ୧୯୮ଟି ହୋର୍ଡିଂ, ପେ‌ାଷ୍ଟର ଆଦିକୁ କାଢ଼ି ଦିଆଯାଇଛି।

ସେହିପରି ଖୋଲା ଯାଇଥିବା ରାଜ୍ୟସ୍ତରୀୟ କଣ୍ଟ୍ରୋଲରୁମ୍‌ ନମ୍ବର ୦୬୭୪-୨୩୯୫୦୧୫କୁ କଲ୍‌ କରି ୮୩୫ଟି ନିର୍ବାଚନ ସମ୍ପର୍କିତ ଅଭିଯୋଗ ହୋଇଛି। ସି-ଭିଜିଲ୍‌ ଆପ୍‌ ମାଧ୍ୟମରେ ୧୨୯୩ଟି ଅଭିଯୋଗ ଗ୍ରହଣ କରାଯାଇ ୧୨୨୬ଟି ଅଭିଯୋଗର ସମାଧାନ କରାଯାଇଛି।

ସମ୍ବନ୍ଧିତ ଖବର