ପଞ୍ଚାୟତ ନିର୍ବାଚନ ପାଇଁ ତତ୍ପରତା: ୧୪୯୨ଜଣଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ

ବାଲେଶ୍ବରରେ ଅଧିକ ମଦ, କନ୍ଧମାଳରୁ ଅଧିକ ଡ୍ରଗ୍ସ ଜବତ
ଲକ୍ଷେ ୧୩ହଜାର ଲିଟର ମଦ, ୨୭ ଅସ୍ତ୍ରଶସ୍ତ୍ର,୪୭୧.୮୬ଗ୍ରାମ ନିଶାଦ୍ରବ୍ୟ ଜବତ
ବାଲେଶ୍ବରରେ ଅଧିକ ଅପରାଧୀ, ସମ୍ବଲପୁରରେ କେହି ନାହାନ୍ତି

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ସ୍ବଚ୍ଛ ଓ ନିରପେକ୍ଷ କରିବାକୁ ଅପରାଧୀ, ନିଶା ବେପାରୀ, ମଦ ମାଫିଆଙ୍କୁ ରାଜ୍ୟ ସରକାର ଟାର୍ଗେଟ୍ କରିଛନ୍ତି। ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜୋରଦାର୍ କରାଯାଇଥିବାବେଳେ ୧୪୯୨ଜଣଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି ହୋଇଛି। ଏବେ ନିର୍ବାଚନ ପ୍ରଚାର ଜୋର୍‌ ଧରିଥିବାରୁ ଏହି ଚଢ଼ାଉ ଆଗକୁ ଜୋରଦାର୍ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ରାଜ୍ୟ ନିର୍ବାଚନ କମିସନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରି ୧୯ରୁ ଫେବ୍ରୁଆରି ୬ତାରିଖ ସୁଦ୍ଧା ମୋଟ୍ ୧୧୩୬୮୬.୧୯ ବଲ୍‌କ ଲିଟର ମଦ, ବେଆଇନ ଭାବେ ରଖିଥିବା ୨୭ଟି ଅସ୍ତ୍ରଶସ୍ତ୍ର, ୪୭୧.୮୬ଗ୍ରାମ୍ ନିଶାଦ୍ରବ୍ୟ ଓ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ୧୪୯୨ଜଣଙ୍କ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି କରାଯାଇଛି।

ଏଥିରେ ବାଲେଶ୍ବରରୁ ସର୍ବାଧିକ ୭୦,୫୩୬.୯୬ ଲିଟର ମଦ ଜବତ ହୋଇଥିବାବେଳେ ସବୁଠୁ ଅଧିକ ୨୦୧ଜଣ ଅପରାଧୀଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଛି। ହେଲେ ସମ୍ବଲପୁରରେ ଜଣେ ବି ଅପରାଧୀଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି ହୋଇଛି। ସେହିପରି କନ୍ଧମାଳରୁ କେବଳ ୪୦୩.୯୫ଗ୍ରାମ୍ ଡ୍ରଗ୍ସ ଜବତ ହୋଇଛି। ମାତ୍ର ୬ଟି ଜିଲ୍ଲାରୁ ଡ୍ରଗ୍ସ ଜବତ ହୋଇଥିବାବେଳେ କନ୍ଧମାଳ ସବୁଠୁ ଆଗରେ ଅଛି।
ସବୁ ଜିଲ୍ଲାରୁ ଶହ ଶହ ଲିଟର ମଦ ଜବତ ହୋଇଥିବାବେଳେ କଟକ ସହରାଞ୍ଚଳରୁ ୧୯୫୦.୭୧୫ ବଲ୍‌କ ଲିଟର, ଭୁବନେଶ୍ବର ସହରାଞ୍ଚଳରୁ ୨୪୭୦.୮୭, ଅନୁଗୁଳ ଜିଲ୍ଲାରୁ ୮୬୪, ବାଲେଶ୍ବରରୁ ୭୦୫୩୬.୯୬୫, ବରଗଡ଼ରୁ ୮୧୮.୧୬୫, ବ୍ରହ୍ମପୁରରୁ ୧୭୧୧.୨୩, ଭଦ୍ରକରୁ ୨୦୨୩.୫୮, ବଲାଙ୍ଗୀରରୁ ୧୧୦୩.୬୭, ବୌଦ୍ଧରୁ ୧୮୭.୦୬, କଟକରୁ ୭୧୨.୪୩, ଦେବଗଡ଼ରୁ ୪୭୮.୮୫୫, ଢେଙ୍କାନାଳରୁ ୭୮୦.୭୫, ଗଜପତିରୁ ୩୭୧.୦୭, ଗଞ୍ଜାମରୁ ୭୦୫୭.୯୭, ଯାଜପୁରରୁ ୩୯୨୦.୮୪, ଜଗତସିଂହପୁରରୁ ୫୧୩.୦୯, ଝାରସୁଗୁଡ଼ାରୁ ୫୧୩.୦୨, କଳାହାଣ୍ଡିରୁ ୯୧୩.୦୩, କନ୍ଧମାଳରୁ ୧୪୧୨.୪୧, କେନ୍ଦୁଝରରୁ ୫୧୨.୮୫, କେନ୍ଦ୍ରାପଡ଼ାରୁ ୭୨୭.୯୮, ଖୋର୍ଦ୍ଧାରୁ ୫୮୬.୮୮, କୋରାପୁଟରୁ ୧୧୭୭.୧୪, ମୟୂରଭଞ୍ଜରୁ ୩୮୯୫.୦୪୫, ମାଲକାନଗିରିରୁ ୫୮୨.୯୪୫, ନବରଙ୍ଗପୁରରୁ ୧୬୦୯.୨୭, ନୂଆପଡ଼ାରୁ ୫୨୨.୫, ନୟାଗଡ଼ରୁ ୭୨୫.୨୪, ପୁରୀରୁ ୮୪୯.୪, ରାୟଗଡ଼ାରୁ ୧୨୫୨.୭୭୫, ରାଉରକେଲାରୁ ୭୦୨.୧୬, ସମ୍ବଲପୁରରୁ ୯୨୨, ସୁବର୍ଣ୍ଣପୁରରୁ ୨୯୫.୧, ସୁନ୍ଦରଗଡ଼ ଜିଲ୍ଲାୁ ୯୮୩.୦୨୫ ବଲ୍‌କ ଲିଟର ମଦ ଜବତ କରାଯାଇଛି।

ସେହିପରି ଢେଙ୍କାନାଳରୁ ୧୨.୫୦ଗ୍ରାମ୍, ଜଗତସିଂହପୁରରୁ ୨୯ଗ୍ରାମ୍, କନ୍ଧମାଳରୁ ୪୦୩.୯୫ଗ୍ରାମ୍, ପୁରୀରୁ ୧୯ଗ୍ରାମ୍, ସମ୍ବଲପୁରରୁ ୪ଗ୍ରାମ୍, ସୁବର୍ଣ୍ଣପୁରରୁ ୩ଗ୍ରାମ୍ ଡ୍ରଗ୍ସ ଜବତ ହୋଇଛି। ବେଆଇନ ଅସ୍ତ୍ରଶସ୍ତ୍ର ରଖିଥିବା ଅଭିଯୋଗରେ ରାଉରକେଲାରୁ ସର୍ବାଧିକ ୮ଟି, ଗଞ୍ଜାମରୁ ୭ଟି, ଦେବଗଡ଼ରୁ ୪ଟି, ଅନୁଗୁଳରୁ ୩ଟି, ଭଦ୍ରକ, ନବରଙ୍ଗପୁର, କନ୍ଧମାଳ, ଗଜପତି, ଜଗତସିଂହପୁରରୁ ଗୋଟିଏ ଲେଖାଏଁ ବେଆଇନ୍ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ସମ୍ବନ୍ଧିତ ଖବର