ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ୧୪ଟି ମଣ୍ଡି ଖୋଲାଯାଇଥିବା ବେଳେ ମଣ୍ଡିରେ ଚାଷୀଙ୍କ ଭିଡ଼ ମଧ୍ୟ ପରିଲକ୍ଷିତ ହେଉଛି। ବିଷମକଟକ ଲ୍ୟାମ୍ପସରେ ସର୍ବାଧିକ ଚାଷୀ ଧାନ ବିକ୍ରି କରିଥିବା ବେଳେ ଚନ୍ଦ୍ରପୁର ଲ୍ୟାମ୍ପସରେ ଜଣେ ବି ଚାଷୀ ଧାନ ବିକ୍ରି କରିନାହାନ୍ତି। ଟୋକନ ପାଇଥିବା ଚାଷୀମାନେ ନିଜର ଧାନକୁ କିପରି ଶୀଘ୍ର ମଣ୍ଡିରେ ବିକ୍ରି କରିବେ ସେନେଇ ତତ୍ପରତା ଦେଖାଉଥିବା ଦେଖିବାକୁ ମିଳିଛି। ଦଲାଲମାନେ କିନ୍ତୁ ମଣ୍ଡିରେ ସକ୍ରିୟ ହୋଇ ଉଠିଥିବା ଜଣାପଡିଛି। ଦଲାଲମାନେ ଖରିଦ କରିଥିବା ଧାନଗୁଡ଼ିକ କିପରି ମଣ୍ଡିରେ ବିକ୍ରି କରିବେ ସେନେଇ ଚାଷୀଙ୍କ ସହ ସଲାସୁତରା ହେଉଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି। ଏନେଇ ଯୋଗାଣ ବିଭାଗ ଅଜଣା ନା ଜାଣିଶୁଣି ଚୁପ ରହୁଛି ତାହା ତଦନ୍ତ ସାପେକ୍ଷ।

Advertisment

ଜିଲ୍ଲାର ୨୦ ହଜାର ଚାଷୀ ରହିଛନ୍ତି।ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ବ ଚାଷୀ ବେନାମୀ ବାହାରିଥିଲେ। ସାଟେଲାଇଟର ତଦନ୍ତ ପରେ ମଧ୍ୟ କିଛି ବେନାମୀ ଚାଷୀ ରହିଯାଇଥିବା କୁହାଯାଉଛି, ଯାହାଫଳରେ ଏମାନେ ନିଜର ଦୁଇ ନମ୍ବର ଧାନକୁ ମଣ୍ଡିରେ ବିକ୍ରି କରି ଲକ୍ଷାଧିକ ଟଙ୍କା କମାଇବାର ଯୋଜନା କରିଛନ୍ତି। ଯୋଗାଣ ବିଭାଗ ପକ୍ଷରୁ ଯଦି କଡ଼ାକଡ଼ି ଯାଞ୍ଚ କରାଯିବ ଦେବେ ସବୁ ବେନାମୀ ଚାଷୀ ଧରାପଡିବେ। ମଣ୍ଡି ଆରମ୍ଭ ହେବାର ୧୪ ଦିନ ମଧ୍ୟରେ ରାୟଗଡା ଓ ଗୁଣୁପୁର ସର୍କିଲରେ ୧୧୪୧ ଜଣ ଚାଷୀଙ୍କ ଠାରୁ ମୋଟ ୫୮,୩୪୦ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିବା ଜଣାପଡ଼ିଛି।

publive-image

ରାୟଗଡ଼ା ସର୍କିଲର ୬ଟି ଲ୍ୟାମ୍ପସ ମଧ୍ୟରୁ ରାୟଗଡା ଲ୍ୟାମ୍ପସ ତରଫରୁ ଜେମାଦେଇ ପିପିସିରେ ୪୯ ଜଣ କୃଷକ ୨୯୦୩ କୁଇଣ୍ଟାଲ ଧାନ ବିକ୍ରି କରିଥିବା ବେଳେ ଆରଏମସି ଠାରେ ୬୯ ଜଣ ଚାଷୀ ୩୬୯୦ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ଏମପିସିଏସ ରାୟଗଡାର ତରଫରୁ ତିନୋଟି ସ୍ଥାନରେ ଧାନ କ୍ରୟ କରାଯାଇଥିଲା। ସେଥିମଧ୍ୟରୁ ଜେମାଦେଇ ପିପିସିରେ ୪ ଜଣ ଚାଷୀଙ୍କ ଠାରୁ ୨୭୨ କୁଇଣ୍ଟାଲ, ପିପିଲଗୁଡ଼ା ପିପିସିରେ ୨୧ ଜଣ ଚାଷୀଙ୍କ ଠାରୁ ୧୦୨୭ କୁଇଣ୍ଟାଲ ଏବଂ ରାୟଗଡ଼ା ପିପିସିରେ ୨୪ ଜଣ ଚାଷୀ ୧୫୦୪ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି।

ସେହିପରି କଲ୍ୟାଣସିଂହପୁର ଲ୍ୟାମ୍ପସ ତରଫରୁ ତିନୋଟି ସ୍ଥାନ ମଧ୍ୟରୁ କଲ୍ୟାଣସିଂହପୁର ପିପିସିରେ ୨୭ ଜଣ ୨୭୨୫ କୁଇଣ୍ଟାଲ, ମାଝିଗୁଡ଼ା ପିଲିସିରେ ୬୨ ଜଣ ୪୦୩୦ କୁଇଣ୍ଟାଲ ଏବଂ ସିକରପାଇ ପିପିସିରେ ୫୮ ଜଣ ୨୫୩୭ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। କୋଲନରା ଲ୍ୟାମ୍ପସରର ତିନୋଟି ସ୍ଥାନ ମଧ୍ୟରୁ ମୁକୁନ୍ଦପୁର ପିପିସିରେ ୫୩ ଜଣ ଚାଷୀ ୨୫୭୧ କୁଇଣ୍ଟାଲ, ଲେକାପାଇ ପିପିସିରେ ୧୫୦ ଚାଷୀ ୭୫୮୩ କୁଇଣ୍ଟାଲ ଏବଂ ଥେରୁବାଲି ପିପିସିରେ ୭୦ ଜଣ ଚାଷୀ ୨୫୯୩ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି।

କାଶୀପୁର ଲ୍ୟାମ୍ପସରେ ୩ ଜଣ ଚାଷୀ ୭୩ କୁଇଣ୍ଟାଲ ଏବଂ ଟିକିରି ଲ୍ୟାମ୍ପସରେ ୯ ଜଣ ଚାଷୀ ୪୧୨ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ଗୁଣୁପୁର ସର୍କିଲର ଗୁଣୁପୁର ଲ୍ୟାମ୍ପସରେ ୩୭ ଜଣ ଚାଷୀ ୧୫୮୯ କୁଇଣ୍ଟାଲ ଧାନ ବିକ୍ରି କରିଥିବା ବେଳେ ପ୍ମଦପୁର ଲ୍ୟାମ୍ପସରେ ୮୪ ଜଣ ୬୦୦୪ କୁଇଣ୍ଟାଲ, ଗୁଡାରି ଲ୍ୟାମ୍ପସରେ ୨ ଜଣ ୫୨ କୁଇଣ୍ଟାଲ, ରାମନାଗୁଡା ଲ୍ୟାମ୍ପସରେ ୭୭ ଜଣ ଚାଷୀ ୩୭୪୯ କୁଇଣ୍ଟାଲ, ବିଷମକଟକ ଲ୍ୟାମ୍ପସରେ ୨୬୮ ଜଣ ଚାଷୀ ୧୨୫୧୮ କୁଇଣ୍ଟାଲ, ମୁନିଗୁଡା ଲ୍ୟାମ୍ପସରେ ୧୭ ଜଣ ଚାଷୀ ୯୫୦ କୁଇଣ୍ଟାଲ, ଅମ୍ବାଦଳା ଲ୍ୟାମ୍ପସରେ ୫୭ ଜଣ ଚାଷୀ ୨୫୩୮ କୁଇଣ୍ଟାଲ ଏବଂ ଚନ୍ଦ୍ରପୁର ଲ୍ୟାମ୍ପସରେ କେହି ଜଣେ ମଧ୍ୟ ଚାଷୀ ମଣ୍ଡିକୁ ଆସିନଥିବା ଜଣାପଡିଛି।