ଢେଙ୍କାନାଳ: ବୋଲଟିକିରି କଲେଜରେ ବୁଲିଲା ଖଣ୍ଡା। ଅଣଛାତ୍ରମାନେ କଲେଜର କିଛି ଛାତ୍ରଙ୍କ ସହଯୋଗରେ କଲେଜର ଶ୍ରେଣୀଗୃହରେ ପ୍ରବେଶ କରି ଖଣ୍ଡା ବୁଲାଇ ଭୟଭୀତ କରି ଛାତ୍ରୀମାନଙ୍କୁ ଅଶ୍ଲୀଳ ଇଙ୍ଗିତ କରିଥିଲେ। ଅଧ୍ୟାପକମାନେ ପାଟି ଖୋଲିବାରୁ ଅଣଛାତ୍ର ଜଣଙ୍କ ଧମକ ଦେଇଥିଲେ। ଖଣ୍ଡା ବୁଲିବା ଦେଖି କିଛି ଛାତ୍ରଛାତ୍ରୀ ଭୟଭୀତ ହୋଇ ଶ୍ରେଣୀଗୃହରୁ ଦୌଡିଥିଲେ । ପ୍ରଥମ ବର୍ଷ ଓ ୨ୟ ବର୍ଷ ଛାତ୍ରମାନଙ୍କର ପୂର୍ବ କଳିକୁ ନେଇ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଢ଼େଙ୍କାନାଳ ସଦର ଥାନା ବେଲଟିକିରି ଆଞ୍ଚଳିକ ମହାବିଦ୍ୟାଳୟରେ।
ଏ ସଂପର୍କରେ ପ୍ରିନସିପାଲ ପୁଲିସକୁ ଖବର ଦେଇଥିଲେ। କଲେଜରେ ପୁଲିସ ପହଞ୍ଚିବା ପୂର୍ବରୁ ସେମାନେ ଚାଲିଯାଇଥିଲେ। ପୁଲିସ ସେମାନଙ୍କ ପିଛା କରି ଅଣଛାତ୍ର ଜଣଙ୍କୁ ଗିରଫ କରିଛନ୍ତି । ଅଣଛାତ୍ର ଜଣଙ୍କ କଲେଜ ନିକଟବର୍ତ୍ତୀ ଜଙ୍ଖିରା ଗ୍ରାମର ରାଜା ବୋଲି ଜଣାପଡ଼ିଛି। କଲେଜ ନିକଟରେ ଥିବା ଏକ ପାନ ଦୋକାନରେ ମଦ ମିଳୁଛି। ସେହିଠାରୁ ମଦ ପିଇଁ ଏହିଭଳି ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଥିବା ପ୍ରିନ୍ସିପାଲ ପ୍ରକାଶ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/f93a299d-501e-4c48-aafe-c96396f1868b.jpg)