ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଅମାନିଆମାନଙ୍କୁ ସାବାଡ଼ କରିବା ପାଇଁ ପୁଲିସ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ବର୍ତ୍ତମାନ କରୋନା ସଂକ୍ରମଣ ଅହେତୁକ ବୃଦ୍ଧି ପାଇବା ସହ ପ୍ରତ୍ୟେକ ଦିନ କରୋନା ସଙ୍ଗକୁ ବିଭିନ୍ନ କାରଣରୁ ମୁଣ୍ଡ ଗଡୁଛି। ଏଥିରୁ ସୁରକ୍ଷିତ ରହିବା ନିମନ୍ତେ କୋଁଭିଡ଼ ନିୟମ ପାଳନ କରିବା ଏକାନ୍ତ ଜରୁରୀ ହୋଇପଡ଼ିଥିବା ବେଳେ କିଛି ଅମାନିଆ ମାନଙ୍କ ପାଇଁ ଶେଷରେ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ଏକମାତ୍ର ବିକଳ୍ପ ଭାବେ ଲକ୍ଡ଼ାଉନ୍ ଜାରି କରିଲେ। ଲକ୍ଡ଼ାଉନ୍ ଘୋଷାଣ ହେବା ପରେ ଗତ ଦୁଇଦିନ ଧରି ବଜାରରେ ଯାତ୍ରା ଭଳି ଭିଡ଼ ରହିଥିଲା।

Advertisment

ଆଜି ସଂପୂର୍ଣ୍ଣ ଭାିବେ ଲକ୍ଡ଼ାଉନ ନିୟମ ଜନସାଧାରଣ ମାନିଥିବା ଦେଖିବାକୁ ମିଳିଥିଲା। କାଁ ଭାଁ କିଛି ଲୋକ ବାହାରେ ବୁଲୁଥିବା ବେଳେ ମଧ୍ୟାହ୍ନ ପରେ ସହର ଶୂନଶାନ ହୋଇପଡ଼ିଥିଲା। ସକାଳୁ ହିଁ ସହରର ବିଭିନ୍ନ ଛକ ଓ ପ୍ରବେଶ ପଥ ଗୁଡ଼ିକରେ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ଯାଞ୍ଚକୁ ଜୋରଦାର୍ କରାଯାଇଛି। ବିନା କାରଣରେ ଗାଡ଼ି ଧରି ବୁଲୁଥିବା ଲୋକଙ୍କୁ ପୁଲିସ ତାଗିଦ କରିବା ସହ ଫେରଯିବା ପାଇଁ ବାଧ୍ୟ କରିଛି। ରାସ୍ତା ଘାଟରେ ଅଳ୍ପ ସଂଖ୍ୟକ ଯାନବାହନ ଚଳାଚଳ କରୁଥିବା ବେଳେ ବହୁ ମୁଖ୍ୟ ବଜାର ଏକ ପ୍ରକାର ଜନଶୂନ୍ୟ ହୋଇ ପଡ଼ିଥିଲା। ବିଭିନ୍ନ ପନିପରିବା ଓ ତେଜରାତି ଦୋକାନ ଖୋଲା ରହିଥିଲେ ମଧ୍ୟ ଆଜି ଗ୍ରାହକଙ୍କ ଦେଖା ମିଳିନଥିଲା।

publive-image

ବହୁ ଲୋକ ଲକଡାଉନ ପୂର୍ବରୁ ନିଜକୁ ପ୍ରସ୍ତୁତ କରି ନେଇଥିବା ବେଳେ ଆଜି କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ କେତେକ ଲୋକ ପରିବା, ରାସନ, ଫଳ,କ୍ଷୀର, ଔଷଧ ଓ ଆମିଷ ଦୋକାନରେ ପହଞ୍ଚି ଜିନିଷ ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା। ମାଛ ବଜାରରେ ଗ୍ରାହକ ନଥିବାରୁ ବ୍ୟବସାୟୀ ମାନଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଥିଲା। ଆମିଷ ବେପାର ସଂପର୍ଣ୍ଣ ଭାବେ ମାନ୍ଦା ପଡ଼ିଯାଇଥିଲା।ଘରୋଇ ଓ ସରକାରୀ ଯାତ୍ରୀ ପରିବହନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା।ଏହି ପ୍ରଥମ ପର୍ଯ୍ୟାୟ ଲକଡାଉନରେ ଯଦି ସମସ୍ତ ଜନସାଧାରଣ କୋଭିଡ଼ ନିୟମ ମାନି ଘରେ ରହିବେ ତାହେଲେ ନିଶ୍ଚୟ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି। ତେଣୁ ସମସ୍ତେ ଏଥିପ୍ରତି ସଚେତନ ହେଲେ ଯାଇ ଅତିଶୀଘ୍ର ସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇପାରିବ ଆଶା କରାଯାଉଛି।