ଜୟପୁର: ବନ୍ଦେ ମାତରଂ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଲୋଗାନରେ କମ୍ପି ଉଠୁଥିଲା ଜୟପୁର ସହରର ମୁଖ୍ୟ ରାସ୍ତା। ସମସ୍ତଙ୍କ ହାତରେ ଜାତୀୟ ପତାକା ରହିଥିଲା। ଦେଶାତ୍ମବୋଧକ ଗୀତ ଗାନ କରିବା ସହ ଆଗକୁ ମାଡି ଚାଲିଥିଲା ଶୋଭାଯାତ୍ରା। ହଜାର ହଜାର ଛାତ୍ରଛାତ୍ରୀ ଓ ଜନସାଧାଣଙ୍କ ମଧ୍ୟରେ ରହିଥିଲା ଅହିଂସାର ବାର୍ତ୍ତା। ମହିଳାମାନେ ରାସ୍ତାରେ ବିରାଟ ଝୋଟି ପକାଇ ସ୍ବାଗତ କରୁଥିବା ବେଳେ ଅନ୍ୟମାନେ ଫୁଲ ପକାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଭଳି ଦେଶଭକ୍ତି ପରିବେଶ ଭିତରେ ଅହିଂସା ରଥକୁ ଜୟପୁରବାସୀ ସ୍ବାଗତ କରିଥିବାର ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2022/09/JPR-Ahinsa-rath-1-e1663170609653.jpg)
ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଉପଜିଲ୍ଲପାଳ ବେଦବର ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଜନସାଧାରଣ ସାମିଲ ହୋଇ ରଥକୁ ପାଛୋଟି ନେଇଥିଲେ। ନଗର ପରିକ୍ରମା ଆରମ୍ଭ ହୋଇଥିବା ବେଳେ ସେଥିରେ ମୁଖ୍ୟ ଆକର୍ଷଣ ଥିଲା ୧୦୦ ମିଟର ଲମ୍ବା ବିରାଟ ତ୍ରିରଙ୍ଗା। ଛାତ୍ରଛାତ୍ରୀମାନେ ଜାତୀୟ ପତାକାକୁ ଗର୍ବର ସହ ଧରି ଶୋଭାଯାତ୍ରାରେ ଯିବା ବେଳେ ଦେଶଭକ୍ତିର ଉତ୍ସାହ ବାରି ହେଉଥିଲା। ଶିଶୁ ମନ୍ଦିର ଛାତ୍ରମାନଙ୍କ ଦ୍ବାରା ପରିବେଷିତ ଘୋଷବାଦ୍ୟ ସହିତ କୋରାପୁଟର ବିଭିନ୍ନ ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲାଏଥିସହ ଛାତ୍ରଛାତ୍ରୀମାନେ ବିଭିନ୍ନ ମହାପୁରଷଙ୍କ ବେଷରେ ସଜ୍ଜିତ ହୋଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
/sambad/media/post_attachments/wp-content/uploads/2022/09/ae177316-a6dd-4c36-8a92-a0d394213ca1.jpg)
ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ରାଜ୍ୟବାସୀଙ୍କୁ ଗାନ୍ଧିଜୀଙ୍କ ଅହିଂସା ନୀତି ସହ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉତ୍ସର୍ଗୀକୃତ ଅବଦାନ ରଖିଥିବା ସଂଗ୍ରାମୀମାନଙ୍କ ବିଷୟରେ ସୂଚନା ଦେବା ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଅହିଂସା ରଥ ରାଜ୍ୟବାପୀ ପରିକ୍ରମା କରୁଛି। ଆଜି ବୋରିଗୁମ୍ମା ବ୍ଲକ ଅଂଚଳରେ ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। କୋରାପୁଟିଆ ଡେମସା ନାଚର ତାଳେ ତାଳେ ଅହିଂସା ରଥକୁ ବୋରିଗୁମ୍ମା ସହର ପରିକ୍ରମା କରାଯାଇଥିଲା। ଡେମସା ନାଚରେ ସମଗ୍ର ବୋରିଗୁମ୍ମା ଦୁଲୁକି ପଡିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/JPR-Ahinsa-rath-5.jpg)