ନୂଆପଡ଼ା: ଉତ୍ତରାଞ୍ଚଳ ରାଜସ୍ବ କମିସନର ସୁରେଶ ଚନ୍ଦ୍ର ଦଳେଇ ଶୁକ୍ରବାର ନୂଆପଡ଼ା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ବିଭିନ୍ନ କାର୍ଯ୍ୟ ନେଇ ଆଲୋଚନା କରିଥିଲେ। ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ପରିମଳ ବିଭାଗ, ପ୍ରାଣୀ ସମ୍ପଦ, କୃଷି ବିଭାଗ, ମହିଳା ଓ ଶିଶୁ ବିକାଶ ସମନ୍ବିତ ଯୋଜନା, ଖାଉଟି ବିଭାଗ, ବିଦ୍ୟୁତ ବିଭାଗ, ଅନୁସୂଚିତ ଜନଜାତି/ଜାତି, ମଙ୍ଗଳ ଶାଖା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ଜଙ୍ଗଲ ଓ ପରିବେଶ ବିଭାଗ ସହ ଅନ୍ୟାନ୍ୟ ବିଭାଗର ସମୀକ୍ଷା କରିଥିଲେ।

Advertisment

ଜିଲ୍ଲାରେ ଚାଲିଥିବା ଉନ୍ନୟନ କାମକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାର ଗ୍ରାମାଞ୍ଚଳ, ସହରାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ପାନୀୟ ଜଳ ଯୋଗାଣ ନେଇ ଯେଭଳି ଅସୁବିଧା ନହେବ ସେଥି​ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଜିଲ୍ଲାପାଳ ହେମକାନ୍ତ ସୟ, ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ, ଜିଲ୍ଲାର ୫ଟି ବ୍ଲକର ତହସିଲଦାର ସହ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।