ଚଳିତବର୍ଷ ରଥଯାତ୍ରାରେ ଦେଖିବାକୁ ମିଳିଲାନି ଶ୍ରୀମନ୍ଦିରର ସେଭଳି ସାଜସଜ୍ଜା

ପୁରୀ : ୨୦୧୮ ଓ ୨୦୧୯ ମସିହା ରଥଯାତ୍ରା ଏବେ ବି ଲୋକଙ୍କ ମନରେ ଲିପିବଦ୍ଧ ହୋଇ ରହିଛି। ସେ ସମୟରେ ଶ୍ରୀମନ୍ଦିରର ଯେଉଁଭଳି ସାଜସଜ୍ଜା କରାଯାଇଥିଲା, ତାହା ଆଜି ବି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇ‌ରାଲ୍‌ ହେଉଛି। କିନ୍ତୁ ଚଳିତବର୍ଷ ରଥଯାତ୍ରାରେ ‌ଶ୍ରୀମନ୍ଦିରର ସେଭଳି ସାଜସଜ୍ଜା ଦେଖିବାକୁ ମିଳିନି। ନାମକୁ ମାତ୍ର ସିଂହଦ୍ବାର ଅଳ୍ପ କିଛି ଫୁଲ ଲଗାଇ ସାଜସଜ୍ଜା କରାଯାଇଛି। ଯାହା ସେବାୟତ, ଭକ୍ତଙ୍କ ମହଲରେ ସମାଲୋଚନାର ବିଷୟ ପାଲଟିଛି।

ସେବାୟତମାନେ ସିଧାସଳଖ କହିଛନ୍ତି, କ୍ରିଷନ୍‌ କୁମାର ମୁଖ୍ୟ ପ୍ରଶାସକ ଥିବାବେଳେ ଶ୍ରୀମନ୍ଦିର ସିଂହଦ୍ବାରରେ ଆଖି ଝଲସାଇ ଦେଲା ଭଳି ବ୍ୟାପକ ଫୁଲ ସାଜସଜ୍ଜା କରାଯାଉଥିଲା। ଶ୍ରୀଗୁଣ୍ଡିଚା ମନ୍ଦିର ବି ଆଇ ଝଲସାଇ ଦେଲା ଭଳି ଫୁଲରେ ସଜେଇ ହେଉଥିଲା। କିନ୍ତୁ ଚଳିତବର୍ଷ ଏଭଳି କାହିଁକି କରାଗଲାନି ବୋଲି ସେବାୟତମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର