ଅଣ୍ଡା ପାଇଁ ଆନ୍ଧ୍ରକୁ ଭରସା କରୁଛି ଓଡ଼ିଶା

ଭୁବନେଶ୍ୱର: ଆମ ରାଜ୍ୟ ଅଣ୍ଡା ଉତ୍ପାଦନରେ ଦେଶରେ ୧୧ତମ ସ୍ଥାନରେ ରହିଛି । ଦେଶରେ ମୁଣ୍ଡପିଛା ଉପଲବ୍ଧତା ୬୯ଟି ଅଣ୍ଡା ରହିଛି, ଏବଂ ଓଡିଶାରେ ବାର୍ଷିକ ଉପଲବ୍ଧତା ୪୮ ଗୋଟି ଅଣ୍ଡା ରହିଛି । ତେବେ ଏହି ପରିସ୍ଥିତିରେ ଖୁବଶୀଘ୍ର ପରିବର୍ତ୍ତନ ଆସିବ ଏବଂ ଆଗାମୀ ବର୍ଷ ରାଜ୍ୟ ଏହାର ସମସ୍ତ ଆବଶ୍ୟକତା ମେଂଟାଇବ ବୋଲି ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ତେବେ ଦୈନିକ ୮୫ଲକ୍ଷ ଅଣ୍ଡା ଓଡିଶାରେ ଆବଶ୍ୟକତା ହେଉଥିବାବେଳେ ଓଡିଶାରୁ ମାତ୍ର ୬୦ରୁ ୬୫ଲକ୍ଷ ଅଣ୍ଡା ଉତ୍ପାଦ ହୋଇପାରୁଛି । ବାକି ୨୦ଲକ୍ଷ ଅଣ୍ଡା ପାଇଁ ଏବେବି ଓଡିଶା ଆନ୍ଧ୍ରକୁ ଭରସା କରୁଛି ।

ବିଶ୍ୱରେ ଚୀନ ସର୍ବାଧିକ ଅଣ୍ଡା ଉତ୍ପାଦନ କରୁଥିବା ଦେଶ ହୋଇଥିବାବେଳେ ତୃତୀୟ ସ୍ଥାନରେ ରହିଛି ଭାରତ । ଅଣ୍ଡା ଖାଇବାରେ ବହୁତ ପଛରେ ରହିଛି ଭାରତ । ବାର୍ଷିକ ୩୭୦ ଅଣ୍ଡା ମେକ୍ସିକୋବାସୀ ଖାଉଥିବାବେଳେ ବାର୍ଷିକ ହାରାହାରି ୭୪ଟି ଅଣ୍ଡା ଖାଇଥାନ୍ତି ଭାରତୀୟ । ହେଲେ ଓଡ଼ିଶାବାସୀ ବାର୍ଷିକ ମାତ୍ର ୫୨ରୁ ୫୫ ଅଣ୍ଡା ଖାଇଥାନ୍ତି ।

ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ରୁପେ ପାଳନ କରାଯାଇଥାଏ । ପ୍ରାଣୀସମ୍ପଦ ବିଭାଗ, ଓଡିଶା ପଲଟ୍ରି ଚାଷୀ ସଂଘ ଓ ଅଖିଳ ଓଡିଶା ଲେୟର ଚାଷୀ ସଂଘର ମିଳିତ ସହଯୋଗରେ ବିଶ୍ୱ ଅଣ୍ଡା ଦିବସ ଆୟୋଜିତ ହୋଇଥିଲା ।

ସମ୍ବନ୍ଧିତ ଖବର