ୟୁରୋପ ଯାଇନୁ : ତତ୍‌କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଓ ପରିଚାଳନା କମିଟି ସଦସ୍ୟ ବିଜୟ ସାହୁ

ଭୁବନେଶ୍ବର : ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ପ୍ରଶାସନ ଟଙ୍କା ଜମା କରିବା ପଛରେ ତତ୍‌କାଳୀନ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଓ ପରିଚାଳନା କମିଟି ସଦସ୍ୟ ବିଜୟ ସାହୁଙ୍କ ଉପରକୁ ବିରୋଧୀ ବିଜେପି ଆଙ୍ଗୁଠି ଉଠାଇଥିଲା। ବ୍ୟାଙ୍କର କମିସନି ଟଙ୍କାରେ ଉଭୟ ୟୁରୋପ ଯାଇଥିବା ନେଇ ଆରୋପ ଲଗାଯାଇଥିଲା। ତେବେ ଉଭୟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଗଣମାଧ୍ୟମକୁ ଶ୍ରୀ ମହାପାତ୍ର କହିଛନ୍ତି, ବିଧାନସଭାରେ ଏ ବିଷୟରେ ଆଲୋଚନା ହେଉଥିବାରୁ ଏନେଇ ଅଧିକ କିଛି କହିବେନି। ଗଣମାଧ୍ୟମରେ ସେ ୟୁରୋପ ଯିବା ନେଇ ଶୁଣୁଛନ୍ତି। ହେଲେ ୪ ବର୍ଷ ହେଲା ସେ ୟୁରୋପ ଯାଇନାହାନ୍ତି। ସେହିପରି ଶ୍ରୀ ସାହୁ କହିଛନ୍ତି ଯେ, ସେ ପ୍ରଦୀପ୍ତ ମହାପାତ୍ରଙ୍କ ସହ ବିଦେଶ ଯାଇନାହାନ୍ତି କି ୟୁରୋପ ଯାଇନାହାନ୍ତି। ସବୁ ମିଛ ଓ ବିଭ୍ରାନ୍ତିକର।

ସମ୍ବନ୍ଧିତ ଖବର