ପୌର ନିର୍ବାଚନରେ ‘ନୋଟା’ ବିକଳ୍ପ

ଭୁବନେଶ୍ୱର : ଆସନ୍ତା ପୌର ନିର୍ବାଚନରେ ମତଦାନ ବେଳେ ଇଭିଏମ୍‌ରେ ‘ନୋଟା’ ବିକଳ୍ପ ରହିବ। ପ୍ରାର୍ଥୀଙ୍କ ମଧ୍ୟରୁ କେହି ଭୋଟର୍‌ଙ୍କ ପସନ୍ଦ ନ ଆସିଲେ, ସେ ନୋଟା(ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହନ୍ତି)ରେ ବଟନ୍ ଟିପିପାରିବେ। ଆଜି ରାଜ୍ୟ ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ପୂର୍ବରୁ କେବଳ ଲୋକସଭା ଓ ବିଧାନସଭା ମତଦାନ ପାଇଁ ଇଭିଏଏମ୍‌ରେ ଏହି ବିକଳ୍ପ ଥିଲା। ରାଜ୍ୟର ଦୁଇ ପୌର ଆଇନ୍‌ରେ ‘ନୋଟା’ ବ୍ୟବସ୍ଥା ନାହିଁ। ଭାରତର ନିର୍ବାଚନ କମିସନ୍ ଲୋକସଭା ଓ ବିଧାନସଭା ନିର୍ବାଚନରେ ‘ନୋଟା’ ବିକଳ୍ପ ରଖିଛନ୍ତି। ଏହାକୁ ଦୃଷ୍ଟି ରଖି ରାଜ୍ୟ ନିର୍ବାଚନ କମିସନ୍ ତାଙ୍କ କ୍ଷମତା ଉପଯୋଗ କରି ଆସନ୍ତା ପୌର ନିର୍ବାଚନରେ ମତଦାତାଙ୍କ ପାଇଁ ‘ନୋଟା’ ବିକଳ୍ପ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର