ବରଗଡ଼ : ୨୦୧୪ ସାଧାରଣ ନିର୍ବାଚନରୁ ୨୦୧୯ ଉପନିର୍ବାଚନ ଯାଏ ବିଜେପୁରରେ ‘ନୋଟା’ (ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କାହାକୁ ନୁହେଁ) ଭୋଟ୍‌ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି।

Advertisment

୨୦୧୪ରେ ୧୨୮୫ ବା ୦.୭୮ ପ୍ରତିଶତ ଲୋକ ନୋଟାକୁ ବାଛିଥିବା ବେଳେ ୨୦୧୯ ଉପନିର୍ବାଚନରେ ଏହା ୧୯୮୨ ବା ୧.୦୮ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୮ ଉପନିର୍ବାଚନରେ ଏହା ୧୬୮୪ ଓ ୨୦୧୯ ସାଧାରଣ ନିର୍ବାଚନରେ ୧୬୭୫ ଥିଲା।

ବଢ଼ୁଛି ବିଜୟ ବ୍ୟବଧାନ

୨୦୧୪ରେ ତୀବ୍ର ପ୍ରତିଦ୍ବନ୍ଦ୍ବିତାରେ ସୁବଳ ସାହୁ ମାତ୍ର ୧ ପ୍ରତିଶତରୁ କମ୍‌ ବ୍ୟବଧାନରେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପରାସ୍ତ କରିଥିଲେ। ମାତ୍ର ୨୦୧୯ ଉପନିର୍ବାଚନରେ ରୀତା ସାହୁ ୫୩ ପ୍ରତିଶତ ଅଧିକ ଭୋଟ ପାଇ ବିଜେପିର ସନତ ଗଡ଼ତିଆଙ୍କୁ ପରାସ୍ତ କରିଛନ୍ତି। ତେଣୁ ଏହି ୫ ବର୍ଷ ମଧ୍ୟରେ ଏହି ନିର୍ବାଚନ ମଣ୍ଡଳୀରେ ରାଜନୀତିରେ ବ୍ୟାପକ ସ୍ତରର ପରିବର୍ତ୍ତନ ହୋଇଥିବା ସ୍ପଷ୍ଟ ହୋଇଯାଉଛି। ଅଧିକାଂଶ ତଳସ୍ତରର ନେତା ଇତିମଧ୍ୟରେ ନିଜର ଆନୁଗତ୍ୟ ପରିବର୍ତ୍ତନ କରିଥିବାରୁ ଏହି ନୂତନ ରାଜନୈତିକ ଚିତ୍ର ପ୍ରକାଶ ପାଇଛି।