ଭୁବନେଶ୍ବର : ଚଳିତବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ଜେଇଇ ମେନ୍ ୨୦୨୧ ପରୀକ୍ଷାରେ ଫିଟ୍ଜୀ ଭୁବନେଶ୍ବର ଓ କଟକର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୧୯ ଜଣ ଛାତ୍ରଛାତ୍ରୀ ୯୯ ପର୍ସେଣ୍ଟାଇଲରୁ ଅଧିକ ନମ୍ବର ରଖିଛନ୍ତି। ୪୫ ଜଣ ଛାତ୍ରଛାତ୍ରୀ ୯୮ ପର୍ସେଣ୍ଟାଇଲରୁ ଅଧିକ ଏବଂ ୭୪ ଜଣରୁ ଅଧିକ ଛାତ୍ରଛାତ୍ରୀ ୯୫ ପର୍ସେଣ୍ଟାଇଲରୁ ଅଧିକ ନମ୍ବର ରଖିଛନ୍ତି। ଫିଟ୍ଜୀ ଭୁବନେଶ୍ବର କେନ୍ଦ୍ରର ଦୁଇ ବର୍ଷିଆ କ୍ଲାସରୁମ ଛାତ୍ର ଦେବାଶିଷ ପଣ୍ଡା ଓଡ଼ିଶାରେ ଟପର୍ ହୋଇଛନ୍ତି। ସେ ୯୯.୯୫ ପର୍ସେଣ୍ଟାଇଲ ରଖିଛନ୍ତି। ପରବର୍ତ୍ତୀ ୫ ଶେଷ୍ଠ ଛାତ୍ର ହେଉଛନ୍ତି ଅନୁଭବ ମିଶ୍ର (୯୯.୯୦), ଶାଶ୍ବତ ସାହୁ (୯୯.୮୮), କ୍ରିଷ୍ଣାଂଶୁ ମହାପାତ୍ର (୯୯.୮୭) ଶୁଭମ୍ ମହାପାତ୍ର (୯୯.୭୭) ଏବଂ ଅଦ୍ବୈତ ବରୁନ୍ (୯୯.୭୩)। ଆରମ୍ଭରୁ ଓଡ଼ିଶାରେ ନିରନ୍ତର ଭାବେ ଫିଟ୍ଜୀର ସର୍ବାଧିକ ଛାତ୍ରଛାତ୍ରୀ ସଫଳତା ହାସଲ କରିଆସୁଛନ୍ତି।
ଛାତ୍ରଛାତ୍ରୀମାନେ ଏହି ସଫଳତାରେ ଆନନ୍ଦିତ ହେବା ସହିତ ପ୍ରତିଷ୍ଠାନର ଶିକ୍ଷାଦାନ ପଦ୍ଧତି, ଷ୍ଟଡି ପ୍ୟାକେଜ, ମକ୍ ଟେଷ୍ଟ ଓ ସନ୍ଦେହ ଦୂର ପାଇଁ କରାଯାଉଥିବା ଅନଲାଇନ କ୍ଲାସେସ୍ ଏହି ସଫଳତାର ମୂଳମନ୍ତ୍ର ବୋଲି କହିଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତାରେ ଫିଟ୍ଜୀ ଭୁବନେଶ୍ବର ସେଣ୍ଟରର ମୁଖ୍ୟ ରଣାଜୟ ବର୍ଦ୍ଧନ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ଏହି ସଫଳତାକୁ ପିଟ୍ଜୀ ଓଡ଼ିଶାର ମେଣ୍ଟର ପି କେ ଦାଶ ପ୍ରଶଂସା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/n.jpg)