ବ୍ରହ୍ମପୁର: ବର୍ଷୀୟାନସାମ୍ବାଦିକ ଶରତ ମିଶ୍ରଙ୍କ ୮୭ ବର୍ଷ ବୟସରେ ଗୁରୁବାର ପରଲୋକ ହୋଇଯାଇଛି। ସେ ଦୈନିକ ଖବରକାଗଜ ‘ସମାଜ'ର ସମ୍ପାଦକ ଭାବେ କାମ କରିଥିଲେ। ଏଥି ସହିତ ସ୍ବର୍ଗତ ଶରତ ମିଶ୍ର ଦୈନିକ ଖବରକାଗଜ ‘ଅନୁପମ ଭାରତ'ର ପ୍ରତିଷ୍ଠାତା ସମ୍ପାଦକ ଥିଲେ। କଟକରେ ଇଷ୍ଟର୍ଣ୍ଣ ଟାଇମ୍ସ ଗ୍ରୁପରୁ ତାଙ୍କର ସାମ୍ବାଦିକତା ଜୀବନ ଆରମ୍ଭ ହୋଇଥିଲା।
ସେହିପରି ଦୈନିକ ଖବରକାଗଜ ‘ସମ୍ବାଦ’ ଆରମ୍ଭ ବେଳେ ସେ ବାର୍ତ୍ତା ସମ୍ପାଦକ ଥିଲେ। ସମାଜରୁ ଅବସର ପରେ ଫିଚର ପତ୍ରିକା ‘ଆମ ସମୟ’ର ପ୍ରତିନିଧିର ସମ୍ପାଦକ ଥିଲେ । ୧୯୩୬ ମସିହାରେ ସେ ଗଞ୍ଜାମ ଜିଲ୍ଲା ସୋରଡ଼ାରେ ଜନ୍ନ ଗ୍ରହଣ କରିଥିଲେ। ଇଂରାଜୀ, ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ତାଙ୍କର ବେଶ ପାରଦର୍ଶିତା ରହିଥିଲା। ତାଙ୍କର ପତ୍ନୀ ଓ ଦୁଇ ଝିଅ ଅଛନ୍ତି। କୋଲକାତାରୁ ପ୍ରକାଶିତ ଅମୃତ ବଜାର ପତ୍ରିକା ପାଇଁ ସେ ଦୀର୍ଘ ଦିନ ଧରି କାମ କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/e68feece-9110-4398-a892-1ca5ebbd4bfa.jpeg)