ସଂଗୀତ ନାଟକ ଏକାଡେମି ପୁରସ୍କାର ଘୋଷିତ, ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର ପାଇବେ ଏକାଡେମି ପୁରସ୍କାର

ଭୁବନେଶ୍ୱର: ସଂଗୀତ ନାଟକ ଏକାଡେମି ପୁରସ୍କାର ମଙ୍ଗଳବାର ୨୦୧୭ ଲାଗି ଘୋଷିଣା କରାଯାଇଛି। ଓଡ଼ିଶୀ ନୃତ୍ୟ ଲାଗି ବିଶିଷ୍ଟ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ରଙ୍କୁ ଏକାଡେମି ପୁରସ୍କାର ଲାଗି ମନୋନୀତ କରାଯାଇଛି। ଏହି ପୁରସ୍କାର ଚୟନ ଲାଗି ମଣିପୁରର ରାଜଧାନୀ ଇମ୍ଫାଲ ଠାରେ ଗତ ଜୁନ ୮ରେ ଏକାଡେମିର ସାଧାରଣ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା। ନୃତ୍ୟ, ସଂଗୀତ ଓ ଅଭିନୟ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ୪୨ ଜଣ କଳାକାରଙ୍କୁ ଏକାଡେମି ପୁରସ୍କାର ଲାଗି ମନୋନୀତ କରାଯାଇଛି।

ଉଲ୍ଲେଖଯୋଗ୍ୟ କି, ସୁଜାତ ହେଉଛନ୍ତି ବିଶିଷ୍ଟ ନୃତ୍ୟଗୁରୁ ପଦ୍ମବିଭୂଷଣ କେଳୁଚରଣ ମହାପାତ୍ରଙ୍କ ପୁତ୍ରବଧୁ।

ସମ୍ବନ୍ଧିତ ଖବର