ରାଜ୍ୟରୁ ସୁସ୍ଥ ହେଲେ ୬୬୦ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୬୬୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

 

ମୟୁରଭଞ୍ଜରୁ ଆଜି ୫୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୫୫ଜଣ, ଖୋର୍ଧାରୁ ୫୪ଜଣ, ସୁନ୍ଦରଗଡ଼ରୁ ୪୬ଜଣ, ବଲାଙ୍ଗୀରରୁ ୪୨ଜଣ, ଜଗତସିଂହପୁରରୁ ୩୯ଜଣ, ବାଲେଶ୍ବରରୁ ୩୮ଜଣ, କଟକରୁ ୩୮ଜଣ, କେନ୍ଦୁଝରରୁ ୩୭ଜଣ, ଝାରସୁଗୁଡ଼ାରୁ ୨୮ଜଣ, କେନ୍ଦ୍ରାପଡ଼ାରୁ ୨୬ଜଣ, ନୂଆପଡ଼ାରୁ ୨୬ଜଣ, ପୁରୀରୁ ୨୩ଜଣ, ସମ୍ବଲପୁରରୁ ୨୩ଜଣ, ବରଗଡ଼ରୁ ୧୭ଜଣ, ଯାଜପୁରରୁ ୧୭ଜଣ, ଢ଼େଙ୍କାନାଳରୁ ୧୬ଜଣ, ଭଦ୍ରକରୁ ୧୫ଜଣ, କଳାହାଣ୍ଡିରୁ ୧୧ଜଣ, ମାଲକାନଗିରିରୁ ୮ଜଣ, ନବରଙ୍ଗପୁରରୁ ୮ଜଣ, ଦେବଗଡ଼ରୁ ୪ଜଣ, କୋରାପୁଟରୁ ୪ଜଣ, ରାୟଗଡ଼ାରୁ୪ଜଣ, କନ୍ଧମାଳରୁ ୩ଜଣ, ନୟାଗଡ଼ରୁ ୩ଜଣ, ଗଜପତିରୁ ୨ଜଣ, ସୁବର୍ଣ୍ଣପୁରରୁ ୨ଜଣ ଓ ଷ୍ଟେଟପୁଲରୁ ୧୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ସୁସ୍ଥଙ୍କ ମିଶାଇଲେ ରାଜ୍ୟରେ ଏଯାବତ ୩୧୩୩୯୪ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର