ପିଜି ଓ ୟୁଜି ପରୀକ୍ଷା ପାଇଁ ବିଜ୍ଞପ୍ତି

ଭୁବନେଶ୍ବର : ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକରେ ଥିବା ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ଶେଷବର୍ଷ(୪ର୍ଥ ସେମିଷ୍ଟର) ପରୀକ୍ଷା ଅଗଷ୍ଟ ୨୦ ସୁଦ୍ଧା ଶେଷ ହେବ। ସେପ୍ଟେମ୍ବର ୨୦ ସୁଦ୍ଧା ଫଳ ପ୍ରକାଶ କରାଯିବ। ସେହିପରି ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜର ଯୁକ୍ତ୩ ଶେଷ ବର୍ଷ(୬ଷ୍ଠ ସେମିଷ୍ଟର) ପରୀକ୍ଷା ଜୁଲାଇ ୨୪ ସୁଦ୍ଧା ଶେଷ ହେବ। ଅଗଷ୍ଟ ୩୧ ସୁଦ୍ଧା ଫଳ ପ୍ରକାଶ ପାଇବ। କେବେଠାରୁ ପରୀକ୍ଷା ଆରମ୍ଭ ହେବ ସେନେଇ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟଗୁଡ଼ିକ ଆଗୁଆ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଆଜି ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ ଡିଗ୍ରି କଲେଜଗୁଡ଼ିକ ଅଧ୍ୟକ୍ଷଙ୍କୁ କହିଛନ୍ତି।

କୋଭିଡ୍‌-୧୯ ନିୟମ ଅନୁଯାୟୀ ପରୀକ୍ଷା ପରିଚାଳନା ହେବ। ପରୀକ୍ଷା ସମୟରେ ସାମାଜିକ ଦୂରତ୍ବ, ହ୍ୟାଣ୍ଡୱାସ୍‌/ସାନିଟାଇଜେସନ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ। ପ୍ରାକ୍ଟିକାଲ ପରୀକ୍ଷା ସମୟ‌ରେ ଅଧିକ ଗହଳି ହେବ ନାହିଁ। କମ୍‌ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ବ୍ୟାଚ୍‌ ପ୍ରସ୍ତୁତ ହେବ। ପରୀକ୍ଷା ଆରମ୍ଭ ହେବା ପୂର୍ବରୁ କ୍ଲାସରୁମ୍‌/ଲାବରେଟୋରିକୁ ବିଶୋଧାନ କରିବାକୁ କୁହାଯାଇଛି। ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଦ୍ବିତୀୟ ସେମିଷ୍ଟାର ଓ ଦ୍ବିତୀୟ ବର୍ଷର ୪ର୍ଥ ସେମିଷ୍ଟର ପରୀକ୍ଷା ନେଇ ପରବର୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ଯୁକ୍ତ୩ ଶେଷବର୍ଷ ଛାତ୍ରଛାତ୍ରୀଙ୍କ ବ୍ୟାକ୍‌ ପେପରଗୁଡ଼ିକର ପରୀକ୍ଷା କେବେ ହେବ କରୋନା ସ୍ଥିତିକୁ ଦେଖି ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସଚିବ ଶ୍ରୀ ମିଶ୍ର ବିଜ୍ଞପ୍ତି‌ରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର