ଭୁବନେଶ୍ବର: ମଙ୍ଗଳବାର ଦିନ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଆଜି ଷୋଡ଼ଶ ବିଧାନସଭାକୁ ଭାଙ୍ଗି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିସ୍ କରାଯାଇଥିଲା। ରାଜ୍ୟପାଳଙ୍କ ଅନୁମୋଦନ ପରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।
କ୍ୟାବିନେଟ୍ ବୈଠକରେ ସୁପାରିସ କରାଗଲା
ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଜ୍ଞପ୍ତି
ଭାରତୀୟ ସମ୍ବିଧାନର ଧାରା ୧୭୪(୨)(ଖ)ରେ ପ୍ରଦତ୍ତ କ୍ଷମତାର ଉପଯୋଗ କରି ଜାତୀୟ ନିର୍ବାଚନ କମିସନଙ୍କ ୨୦୧୯ ମେ’ ୨୫ତାରିଖ ବିଜ୍ଞପ୍ତି ଆଧାରରେ ଗଠିତ ଓଡ଼ିଶା ବିଧାନସଭାକୁ ଭଙ୍ଗ କରାଗଲା ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ପରବର୍ତ୍ତୀ ସରକାର ଗଠନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କାମଚଳା ଦାୟିତ୍ବରେ ରହିବେ।