କଟକ ଡେପୁଟି ମେୟରଙ୍କ ଘରେ ଉଚ୍ଛେଦ ନୋଟିସ୍

କଟକ-ଜଗତପୁର : କଟକର ଡେପୁଟି ମେୟର ଦମୟନ୍ତୀ ମାଝୀ ରହିବେ କେଉଁଠି? ଦମୟନ୍ତୀଙ୍କ ଘର କାନ୍ଥରେ ଇଡ୍‌କୋ ନୋଟିସ୍ ‌ଲଗାଇ ଦେଇଛି। ଜଗତପୁରର ଯେଉଁ ବସ୍ତି ଅଞ୍ଚଳରେ ସେ ପରିବାର ସହ ରହି ଆସୁଥିଲେ, ସେଠାରୁ ହଟି ଯିବାପାଇଁ ଇଡକୋ ପକ୍ଷରୁ ନୋଟିସ ଜାରି କରାଯାଇଛି।‌ ମେ ୧୦ ତାରିଖ ସୁଦ୍ଧା ସେଠାରୁ ନ ହଟିଲେ ଇଡକୋ ନିଜ ଢଙ୍ଗରେ ପଦକ୍ଷେପ ନେବ ବୋଲି କୁହାଯାଇଛି। ଏହି ବସ୍ତିରେ ରହି କଟକର ଡେପୁଟି ମେୟର ହୋଇଥି‌ବା ଦମୟନ୍ତୀ ଓ ସେଠାରେ ରହୁଥିବା ପ୍ରାୟ ୨୦ରୁ ଅଧିକ ପରିବାର ପାଇଁ ଏହା ଏବେ ଚିନ୍ତାର କାରଣ ହୋଇଛି। ‌ଦମୟନ୍ତୀ ଡେପୁଟି ମେୟର ହେବା ପରେ ସେଠାରେ ତାଙ୍କ ପାଇଁ ଏକ ପକ୍କା ଘର ନିର୍ମାଣ ଆରମ୍ଭ ହୋଇଥିବା ବେଳେ ଇ‌ଡକୋର ଏଭଳି ନୋଟିସ ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ସୂଚନା ଅନୁଯାୟୀ ୨ଦିନ ପୂର୍ବେ ଜଗତପୁରସ୍ଥିତ କଟକ ଇଡକୋ ଡିଭିଜନ ମୁଖ୍ୟଙ୍କ ପକ୍ଷରୁ ନୂତନ ଶିଳ୍ପାଞ୍ଚଳ ପେପ୍ସି ଲେନ(ବାଲିସାହି ବସ୍ତି)ରେ ପ୍ରାୟ ୪୦ ବର୍ଷ ହେଲା ରହି ଆସୁଥିବା ୨୦ରୁ ଅଧିକ ପରିବାରକୁ ଉଚ୍ଛେଦ ନୋଟିସ ଜାରି କରିଛନ୍ତି। ଇଡକୋ ଡିଭିଜନ ମୁଖ୍ୟ ପରୀକ୍ଷିତ ମହାଳିକ କହିଛନ୍ତି ଯେ ଇଡକୋ ଜମିରେ ଶିଳ୍ପାଞ୍ଚଳର ଉନ୍ନୟନ ନିମନ୍ତେ ଦୀର୍ଘବର୍ଷ ଧରି ଜବରଦଖଲ କରି ଆସୁଥିବା ବାସିନ୍ଦାଙ୍କୁ ନୋଟିସ ମାଧ୍ୟମରେ ହଟି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର