ଭୁବନେଶ୍ବର: ଗତ ଜୁନ୍ ୨୯ରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ବର ପାନ୍ଥନିବାସଠାରେ ସ୍ବୟଂଶାସିତ ଓ ଡିଗ୍ରି କଲେଜ ଅଧ୍ୟକ୍ଷମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କିଛି କଲେଜ ଅଧ୍ୟକ୍ଷ ଯୋଗ ଦେଇ ନଥିଲେ ଏବଂ ଆଉ କିଛି ଅଧ୍ୟକ୍ଷ ସେମାନଙ୍କ ପ୍ରତିନିଧିଙ୍କୁ ପଠାଇଥିଲେ। ଏହାକୁ ନେଇ ତନାଘନା ଆରମ୍ଭ କରିଛି ବିଭାଗ। ବିଭାଗୀୟ ଉପସଚିବ ସ୍ନିଗ୍ଧା ଚମ୍ପତ୍ତିରାୟ ଆଜି ୧୨ଟି କଲେଜ ଅଧ୍ୟକ୍ଷଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ୭ଦିନ ମଧ୍ୟରେ ଉତ୍ତର ଦେବାକୁ ନିର୍ଦେଶ ଦେଇଛନ୍ତି। ୫ଟି କଲେଜ ଅଧ୍ୟକ୍ଷ କିମ୍ବା ତାଙ୍କ ପ୍ରତିନିଧି ଯୋଗ ଦେଇ ନଥିଲେ। ଉକ୍ତ କଲେଜଗୁଡ଼ିକ ହେଲା, ବଲାଙ୍ଗିରସ୍ଥିତ ସରକାରୀ ଡିଗ୍ରି କଲେଜ, ବଲାଙ୍ଗିରସ୍ଥିତ ସରକାରୀ ମହିଳା ଡିଗ୍ରି କଲେଜ, ବି.ବି ସଂସ୍କୃତ କଲେଜ, ବଲାଙ୍ଗିର, ରାୟଗଡ଼ା ଓ ନବରଙ୍ଗପୁରରେ ଥିବା ମଡେଲ୍ ଡିଗ୍ରି କଲେଜ। ଏହାବ୍ୟତୀତ ପ୍ରତିନିଧିମାନଙ୍କୁ ପଠାଇଥିବା ୭ କଲେଜ ହେଲା, ଭଦ୍ରକ ସ୍ବୟଂଶାସିତ କଲେଜ, ଜୟପୁରସ୍ଥିତ ସରକାରୀ ମହିଳା ଡିଗ୍ରି କଲେଜ, ଜୟପୁରସ୍ଥିତ ବିକ୍ରମଦେବ ସ୍ବୟଂଶାସିତ କଲେଜ, କୋରାପୁଟସ୍ଥିତ ସରକାରୀ ଡିଗ୍ରି କଲେଜ, ନୂଆପଡ଼ାସ୍ଥିତ ମଡେଲ ଡିଗ୍ରି କଲେଜ, ସମ୍ବଲପୁରସ୍ଥିତ ସରକାରୀ ମହିଳା ଡିଗ୍ରି କଲେଜ, ରାଉରକେଲାସ୍ଥିତ ସୁଶିଳାବତୀ ସରକାରୀ ମହିଳା ଡିଗ୍ରି କଲେଜ।
ଅଧ୍ୟକ୍ଷ ସମ୍ମିଳନୀରେ ଯୋଗ ନଦେବା ମହଙ୍ଗା ପଡ଼ିଲା
୧୨ କଲେଜ ଅଧ୍ୟକ୍ଷଙ୍କୁ କାରଣଦର୍ଶାଅ ନୋଟିସ୍
/sambad/media/post_attachments/wp-content/uploads/2019/06/CHSE-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)