ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କୁ କାରଣ ଦର୍ଶାଅ ନୋଟିସ : ବିଧାୟକଙ୍କ ବାସଭବନରେ ପହଂଚିଲା ପୁରୀ ସମୁଦ୍ରକୂଳ ଥାନା ପୁଲିସ

ପୁରୀ: ସତ୍ୟବାଦୀ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସିଆରପିସି-୪୧(ଏ) ଧାରା ଅନୁଯାୟୀ କାରଣ ଦର୍ଶାଅ ନୋଟିସ ହୋଇଛି । ଉମାଙ୍କ ସରକାରୀ ବାସଭବନରେ ସମୁଦ୍ର କୂଳ ଥାନାର ଟିମ୍ ପହଞ୍ଚିଛନ୍ତି । ୭ଦିନ ଭିତରେ କାରଣ ଦର୍ଶାଇବାକୁ ଉମାକାନ୍ତ ସାମନ୍ତରାୟଙ୍କୁ ନୋଟିସ୍ କରାଯାଇଛି । କୋଭିଡ୍ ପଜିଟିଭ ଥାଇ ମଧ୍ୟ ସ୍ୱର୍ଗତ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ଉମା ସାମନ୍ତରାୟ । କରୋନା ଆକ୍ରାନ୍ତ ଥାଇ ବି ସେ ସଙ୍ଗରୋଧରେ ନ ରହି ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ନେଇ ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଉଭୟ ବିଜେପି ଯୁବ ମୋର୍ଚ୍ଚା ଏବଂ ଜଗନ୍ନାଥ ସେନା ।

ଏହା ପରେ ଆଜି ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସେପଟେ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ନେଇ ନିଜ ଭୁଲକୁ ସ୍ୱୀକାର କରିଛନ୍ତି ଏବଂ କ୍ଷମା ମାଗିଛନ୍ତି ବିଧାୟକ । ବିଧାୟକଙ୍କ କହିବାନୁସାରେ, ସଂକ୍ରମିତ ଥାଇ ସ୍ୱର୍ଗଦ୍ୱାର ଯିବା ଏବଂ ଅନ୍ତିମ ସଂସ୍କାରରେ ଯୋଗ ଦେବା ମୋର ସଂପୂର୍ଣ୍ଣ ଭୁଲ୍ ଥିଲା । ସରକାରଙ୍କ ଆଇନ ଉର୍ଦ୍ଧ୍ବରେ କେହି ନୁହନ୍ତି। ତେବେ ଆଇନ ଅନୁଯାୟୀ ମୋ ପ୍ରତି ଯେଉଁ ପଦକ୍ଷେପ ନିଆଯିବ ତାକୁ ସେ ମାନିବାକୁ ପ୍ରସ୍ତୁତ ବୋଲି କହିଥିଲେ । ମୁଁ ଭାବ ବିହ୍ହଳ ହୋଇପଡ଼ିଥିଲି ବୋଲି ଏକ ଭିଡିଓ ବାର୍ତ୍ତା ଜାରି କରି କହିଥିଲେ।

ସମ୍ବନ୍ଧିତ ଖବର