କେସିଙ୍ଗା: କଳାହାଣ୍ଡି ଜିଲ୍ଲାରେ ଦିଆଯାଇଥିବା ଟାର୍ଗେଟ୍ର ୭୦ ପ୍ରତିଶତ ଧାନ ଉଠିନାହିଁ। ଫଳରେ ୧୧ଟି ମିଲ୍‌କୁ ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। କାହିଁକି କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ଜିଲ୍ଲାପାଳ ନୋଟିସ୍ ଜାରି କରିଛନ୍ତି। ଧର୍ମଗଡ଼ ସବ୍‌ଡିଭିଜନ୍ର ୬ଜଣଙ୍କୁ ଓ ଭବାନୀପାଟଣା ସବ୍ ଡିଭିଜନର ୫ଜଣ ମିଲରଙ୍କୁ ନୋଟିସ୍ ଜାରି କରିଛନ୍ତି।
ଗତ କିଛିଦିନ ହେବ ମଣ୍ଡିରୁ ଧାନ ଠିକ୍ ଭାବେ ଉଠୁନାହିଁ। ଚାଷୀ ପଚାରିଲେ ଟାର୍ଗେଟ୍ ସରିଯାଇଥିବା କୁହାଯାଉଛି। ତେଣୁ ଜିଲ୍ଲାର ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଜିଲ୍ଲାପାଳ ସମୀକ୍ଷା କରିବା ପରେ ଧାନ ଟାର୍ଗେଟ୍‌ରୁ କମ୍ ଉଠେଇଥିବା ମିଲ୍ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଧର୍ମଗଡ଼ ସବ୍ ଡିଭିଜନ୍ର ୩ଟି ମିଲର ପାଇଥିବା ଟାର୍ଗେଟ୍ର ଅଧାରୁ ଟିକିଏ ଅଧିକ ଉଠେଇଛନ୍ତି। ଏହା ଜାଣିବା ପରେ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରି ୩ଦିନ ମଧ୍ୟରେ ଏହି ନୋଟିସ୍ର ଉତ୍ତର ରଖିବା ପାଇଁ କହିଛନ୍ତି। ଭବାନୀପାଟଣା ସବ୍ ଡିଭିଜନର ବିତରଗ ଟ୍ରେଡର୍ସ ଟାର୍ଗେଟ୍ ପାଇଛନ୍ତି ୪୯୭୦୦ କୁଇଣ୍ଟାଲ। କିନ୍ତୁ ୬୬.୨୦ ପ୍ରତିଶତ ଧାନ ଉଠାଇଛନ୍ତି।

Advertisment

ସେହିପରି ଆର୍‌କେ ଏଗ୍ରୋ ଟାର୍ଗେଟ୍ ପାଇଛି ୭୮୨୦୦ କିନ୍ତୁ ଉଠେଇଛି ୬୯.୯୫ ପ୍ରତିଶତ। ନିଗାନିଆ ଉଦ୍ୟୋଗ ୩୩୧୦୦ ଟାର୍ଗେଟ୍ ପାଇଥିବା ବେଳେ ଉଠେଇଛି ୬୭.୩୨ ପ୍ରତିଶତ। ଅନ୍ନପୂର୍ଣା ଏଡ୍‌ଭେଞ୍ଚ୍ର ପାଇଛି ୬୦୧୦୦ , ଉଠେଇଛି ୬୭.୮୩ ପ୍ରତିଶତ, ବିଶ୍ୱନାଥ ଫୁଡ୍ ପାଇଛି ୧୦୭୦୦, ଉଠେଇଛି ୬୩.୨୨ ପ୍ରତିଶତ, ସେହିଭଳି ଧର୍ମଗଡ଼ ସବ୍-ଡିଭିଜନ୍ର ଶ୍ରୀ ଗଣପତି ଆର୍ଆଇ ଟାର୍ଗେଟ ପାଇଛି ୬୬ ହଜାର କିନ୍ତୁ ଉଠେଇଛି ୬୮.୭୭ ପ୍ରତିଶତ, ବାଲାଜୀ ରାଇସ୍ ମିଲ ପାଇଛି ୬୮୨୦୦, କିନ୍ତୁ ଉଠେଇଛି ୬୨.୯୯ ପ୍ରତିଶତ। ବଜରଙ୍ଗ ରାଇସ୍ ମିଲ ପାଇଛି ୧୯୩୦୦, ଉଠେଇଛନ୍ତି ୬୧.୨୨ ପ୍ରତିଶତ, ରାକେଶ ଟ୍ରେଡ୍‌ର୍ସ ପାଇଛି ୪୧୯୦୦ , ଉଠେଇଛି ୫୭.୫୦ ପ୍ରତିଶତ, ନୀଳକଣ୍ଠ ଉଦ୍ୟୋଗ ପାଇଛି ୪୭ ୭୦୦, ଉଠାଇଛି ୫୪.୬୯ ପ୍ରତିଶତ, ଆରବି ଏଫଏନ ପାଇଛି ୨୮୦୦୦, ଉଠେଇଛି ୫୩.୨୧ ପ୍ରତିଶତ। ଜିଲ୍ଲାପାଳଙ୍କ ଆକ୍ସନ ମୁଡ୍ ଦେଖି ମିଲର ମାନେ ଚିନ୍ତାରେ ପଡ଼ି ଗଲେଣି।