ମନଇଚ୍ଛା ବିଭିନ୍ନ ଫ୍ଲାଇଟ ବାତିଲ କରୁଥିବାରୁ ଏୟାର ଓଡ଼ିଶାକୁ ନୋଟିସ

ଭୁବନେଶ୍ୱର : ମନଇଚ୍ଛା ବିଭିନ୍ନ ଫ୍ଲାଇଟ ବାତିଲ କରୁଥିବାରୁ ବିମାନ ସେବା କମ୍ପାନି ଏୟାର ଓଡ଼ିଶାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ଉଡାମ ସ୍କିମରେ ଏୟାର ଓଡ଼ିଶା ଲାଇସେନ୍ସ ପାଇଥିଲା । ଏହି କମ୍ପାନି ଝାରସୁଗୁଡା ଏୟାରପୋର୍ଟରୁ ଫ୍ଲାଇଟ ଉଡାଣ କରୁଥିଲା । କିନ୍ତୁ ବୈଷୟିକ ତ୍ରୁଟି ଦର୍ଶାଇ ଏହି କମ୍ପାନି : ମନଇଚ୍ଛା ବିଭିନ୍ନ ଫ୍ଲାଇଟ ବାତିଲ କରିଚାଲିଛି । ଗତ ୭ ତାରିଖରୁ ଏୟାର ଓଡ଼ିଶାର କୌଣସି ଫ୍ଲାଇଟ୍‌ ଝାରସୁଗୁଡା ଏୟାରପୋର୍ଟରୁ ଉଡାଣ କରିନାହିଁ । ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ କତ୍ତ୍‌ୃପକ୍ଷଙ୍କ କହିବା ଅନୁସାରେ ଏହି କମ୍ପାନି କୌଣସି ସୂଚନା ନଦେଇ ଉଡାଣ ବାତିଲ କରିଦେଇଛି ।

ସମ୍ବନ୍ଧିତ ଖବର