ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାରେ ଶୂନ ରେଜଲ୍ଟ କରିଥିବା ବିଦ୍ୟାଳୟଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୮୨ଟି ସ୍କୁଲକୁ ଆଜି କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଚିଠି ଆଧାରରେ ମାଧ୍ୟମିକ ଶିକ୍ଷା ଉପନିର୍ଦେଶିକା ସିପ୍ରା ନାୟକ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଶୂନ ରେଜଲ୍ଟ କରିଥିବା ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ କାହିଁକି ଚାକିରିରୁ ନିଲମ୍ବନ କରା ନ ଯିବ? ଅନୁଦାନପ୍ରପ୍ତ ବିଦ୍ୟାଳୟ କ୍ଷେତ୍ରରେ କାହିଁକି ବିଦ୍ୟାଳୟର ଅନୁଦାନ ପ୍ରତ୍ୟାହାରା କରା ନ ଯିବ? ଏଥିସହ ମାଟ୍ରିକ୍ ପରୀକ୍ଷାରେ ରାଜ୍ୟ ଅନୁଦାନର ୫୦ ପ୍ରତିଶତରୁ କମ୍ ରେଜଲ୍ଟ କରିଥିବା ବିଦ୍ୟାଳୟଗୁଡ଼ିକର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ଓ କାହିଁକି ସେମାନଙ୍କ ବାର୍ଷିକ ବେତନ ବୃଦ୍ଧି ବନ୍ଦ କରା ନ ଯିବ ସେନେଇ ଉତ୍ତର ମଗାଯାଇଛି।
ପ୍ରଧାନଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ୍, ଶୂନ ରେଜଲ୍ଟ କରିଥିବା ହାଇସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ
/sambad/media/post_attachments/wp-content/uploads/2019/06/schools-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)