ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା: ୨ ବିଜେପି ନେତାଙ୍କୁ ନୋଟିସ୍‌

ଭୁବନେଶ୍ୱର: ଗଂଜାମ ଜିଲ୍ଲାର ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା ନେଇ ଭାରତୀୟ ଜନତା ପାର୍ଟିର ୨ ଜଣ ବରିଷ୍ଠ ନେତାଙ୍କୁ ନୋଟିସ୍‌ ହୋଇଥିବା ମଙ୍ଗଳବାର ସୂଚନା ମିଳିଛି। ସୂଚନା ଅନୁସାରେ ଓଡ଼ିଶା ପୁଲିସ ପକ୍ଷରୁ ବିଜେପି ନେତା ଗୋଲକ ମହାପାତ୍ର ଏବଂ ଭୃଗୁ ବକ୍ସିପାତ୍ରଙ୍କୁ ଏହି ନୋଟିସ୍‌ ହୋଇଛି। ନୋଟିସ୍‌ରେ ଉଭୟ ନେତାଙ୍କୁ ଆଗାମୀ ଫେବ୍ରୁଆରି ୭ ଓ ୯ରେ ଛତ୍ରପୁର ଥାନାରେ ହାଜର ହେବାକୁ ନୋଟିସ୍‌ ଦିଆଯାଇଛି।

ଛତ୍ରପୁର ଏନ୍‌ଏସି କାଉନସିଲର୍‌ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ହାଜର ଲାଗି ପୂର୍ବରୁ ପୁଲିସ ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ସିଆର୍‌ପିସିର ଧାରା ୧୬୦ରେ ନୋଟିସ୍‌ ଜାରି କରିଥିଲା। ବିଜେପି ରାଜ୍ୟ ନେତୃୃମଣ୍ଡଳୀ ଓ ନିଜ ଓକିଲଙ୍କ ଗହଣରେ ଗୋଲକ ଛତ୍ରପୁର ଥାନାରେ ହାଜର ହୋଇଥିଲେ। ଗୋଲକଙ୍କୁ ୨ ପର୍ଯ୍ୟାୟରେ ବରିଷ୍ଠ ପୁଲିସ ଅଧିକାରୀମାନେ ୩ ଘଣ୍ଟା ୧୩ ମିନିଟ୍‌ ଜେରା କରିଥିଲେ। ଏଥି ସହ ସିଆରପିସି ଧାରା ୧୬୧ରେ ତାଙ୍କ ବୟାନ ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର