କେନ୍ଦୁଝର : ଯୋଡା ଇଣ୍ଡସ୍ଇଣ୍ଡ ବ୍ୟାଙ୍କ ଶାଖା ମ୍ୟାନେଜରଙ୍କ କାର୍ରୁ ୫୦ ଲକ୍ଷ ଟଙ୍କା ଜବତ ଘଟଣାରେ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ପକ୍ଷ ରଖିବା ଲାଗି ପୁଲିସ ପକ୍ଷରୁ ନୋଟିସ୍ ଜାରି ହୋଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ୧୨ ତାରିଖ ସନ୍ଧ୍ୟାରେ ଚମ୍ପୁଆ ବ୍ଲକ ବାସୁଦେବପୁର ନିକଟରୁ ଏକ କାର୍ (ଓଆର-୦୨ବିଭି-୮୦୦୭)ରୁ ପୁଲିସ ୫୦ ଲକ୍ଷ ଟଙ୍କା ଜବତ କରିବା ସହିତ ଯୋଡା ଇଣ୍ଡସ୍ଇଣ୍ଡ ବ୍ୟାଙ୍କ ମ୍ୟାନେଜର ମାନସ ରାଉତ, ସିକ୍ୟୁରିଟି ଗାର୍ଡ ଲକ୍ଷ୍ମଣ ପ୍ରଧାନ ଏବଂ ଅନ୍ୟ ଜଣେ କର୍ମଚାରୀ ସରୋଜ କୁମାର ବେହେରାଙ୍କୁ ଗିରଫ କରିଥିଲା। ଜେରା ବେଳେ ଏହି ଟଙ୍କା ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କର ବୋଲି ବ୍ୟାଙ୍କ ମ୍ୟାନେଜର ବୟାନ ଦେବା ପରେ ପୁଲିସ ପକ୍ଷରୁ ଚମ୍ପୁଆ ବିଧାୟକଙ୍କୁ ନୋଟିସ୍ କରାଯାଇଛି। ଆସନ୍ତାକାଲି ବିଧାୟକ ହାଜର ହୋଇ ତାଙ୍କ ପକ୍ଷ ରଖିବା ପାଇଁ କୁହାଯାଇଛି। ଏହି ଘଟଣା ନେଇ ଚମ୍ପୁଆ ବିଧାୟକଙ୍କର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
୫୦ ଲକ୍ଷ ଜବତ ଘଟଣା : ଚମ୍ପୁଆ ବିଧାୟକଙ୍କୁ ନୋଟିସ୍
/sambad/media/post_attachments/wp-content/uploads/2018/01/Sanatan-Mahakud-CHAMPUA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)