ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍

ଭୁବନେଶ୍ବର : ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବିରୋଧରେ ବିଧାନସଭା ଗୃହରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆସିଛି। ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଏହି ନୋଟିସ୍ ଦେଇଛନ୍ତି। ଆଜି ଶୂନ୍ୟକାଳରେ ଶ୍ରୀ ମିଶ୍ର କହିଥି‌େଲ, ଗତ ୨୨ ତାରିଖରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ ୨୦୦୬ ମସିହାରୁ ଓଡ଼ିଶାରେ ଗୋଟିଏ ବି ମଦ ଦୋକାନ ଖୋଲି ନାହିଁ। କିନ୍ତୁ ବାସ୍ତବରେ ଏହି ସମୟ ପରେ ରାଜ୍ୟରେ ବହୁ ମଦ ଦୋକାନ ଖୋଲାଯାଇଛି। ମନ୍ତ୍ରୀ ଭୁଲ୍‌ ତଥ୍ୟ ଦେଇ ଗୃହକୁ ବିଭ୍ରାନ୍ତ କରିଛନ୍ତି। ତେଣୁ ଏହି ନୋଟିସ୍‌ ସ୍ବାଧିକାର କମିଟିକୁ ପଠାଯାଉ। ସେଠାରେ ମୁଁ ପ୍ରମାଣ ରଖିବି। ବାଚସ୍ପତି କହିଥିଲେ, ଏହି ନୋଟିସ୍‌କୁ ମୁଁ ଅନୁଧ୍ୟାନ କରିବି।

ସମ୍ବନ୍ଧିତ ଖବର