ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ବର : ଫେବ୍ରୁଆରି ୧୬ରୁ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ଗୁରୁବାର ଏନେଇ ନିର୍ବାଚନ ଅଧିକାରୀମାନେ ବିଜ୍ଞପ୍ତି ଜାରି କରିଛନ୍ତି। ଜାନୁଆରି ୧୭ରୁ ୨୧ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଉପଲବ୍ଧ ହେବ। ସରପଞ୍ଚ ଓ ୱାର୍ଡମେମ୍ବରଙ୍କ ପାଇଁ ବ୍ଲକରେ, ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସମିତି ସଭ୍ୟଙ୍କ ପାଇଁ ବ୍ଲକରେ ନାମାଙ୍କନପତ୍ର ଉପଲବ୍ଧ ହେବ। ଏହି ସମୟରେ ଯିଏ ଯେଉଁଠୁ ନାମାଙ୍କନ ପତ୍ର ନେଇଥିବେ ସେହିଠାରେ ହିଁ ଦାଖଲ କରିବେ।

୨୨ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ୨୩ରେ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ଏହାପରେ ୨୩ରୁ ୨୫ତାରିଖ ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ସୁଯୋଗ ରହିବ। ୨୫ତାରିଖ ଅପରାହ୍ନ ୩ଟା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଫେବ୍ରୁଆରି ୧୬, ୧୮, ୨୦, ୨୨ ଓ ୨୪ରେ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟିଂ ହେବ। କେଉଁଠି କେବେ ‌ମତଦାନ ହେବ ତାହା ବି ପ୍ରକାଶ ପାଇଛି। ଫେବ୍ରୁଆରି ୨୬ରୁ ୨୮ ପର୍ଯ୍ୟନ୍ତ ଭୋଟ୍‌ ଗଣତି ସହ ଫଳାଫଳ ଘୋଷଣା ହେବ।

ସମ୍ବନ୍ଧିତ ଖବର