୭,୫୪୦ ଶିକ୍ଷକ ପଦବି ଲାଗି ବିଜ୍ଞପ୍ତି: ଡିସେମ୍ବର ୧୧ରୁ ଜାନୁଆରି ୯ ଯାଏ ଆବେଦନ

ଭୁବନେଶ୍ବର: ସରକାରୀ ଉଚ୍ଚ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବି ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ୭,୫୪୦ ଶିକ୍ଷକ ନିଯୁକ୍ତି ଲାଗି ଆଜି ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ(ଓଏସ୍‌ଏସ୍‌ସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଶିକ୍ଷକ ଓ ଶିକ୍ଷୟିତ୍ରୀ ହେବାକୁ ଆଶା ରଖିଥିବା ପ୍ରାର୍ଥୀମାନେ ଡିସେମ୍ବର ୧୧ରୁ ୨୦୨୩ ଜାନୁଆରି ୯ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଫେବ୍ରୁଆରି ୨୩ରେ ପ୍ରିଲିମ୍‌ନାରି ପରୀକ୍ଷା ହୋଇପାରେ ବୋଲି ଓଏସ୍‌ଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଉଭୟ ପ୍ରିଲିମନାରି ଓ ମୁଖ୍ୟ ପରୀକ୍ଷା ଇଂରାଜୀ ଏବଂ ଓଡ଼ିଆ ଭାଷାରେ ହେବ। ଏହାର ସିଲାବସ୍‌ ବିଜ୍ଞପ୍ତିରେ ପ୍ରକାଶ ପାଇବ। ସରକାରୀ ହାଇସ୍କୁଲ୍‌ରେ ୭୫୪୦ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଏସ୍‌ଏସ୍‌ସିଙ୍କୁ ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରାଯାଇଥିଲା। ଏହି ନିଯୁକ୍ତି ପ୍ରକ୍ରିୟା ଶେଷ ହେଲେ ରାଜ୍ୟର ୪,୮୪୮ ସରକାରୀ ହାଇସ୍କୁଲ୍‌ର ଶିକ୍ଷକ ପଦବି ପୂରଣ ହୋଇପାରିବ। ଟିଜିଟି (କଳା), ଟିଜିଟି(ପିସିଏମ ଓ ସିବିଜେଡ୍), ସଂସ୍କୃତ, ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ ଓ ଶାରୀରିକ ଶିକ୍ଷକ ପଦବି ପୂରଣ ନିମନ୍ତେ ଏହି ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ। ସୂଚନାଯୋଗ୍ୟ ଯେ, ୨୦୨୧-୨୨ ଶିକ୍ଷାବର୍ଷରେ ଅନୁଷ୍ଠିତ ଦୁଇଟି ଚୟନ ପ୍ରକ୍ରିୟାରେ ୧୩ ହଜାରରୁ ଅଧିକ ଶିକ୍ଷକ ପଦବି ପୂରଣ କରାଯାଇଥିଲା।

ସମ୍ବନ୍ଧିତ ଖବର