କେନ୍ଦ୍ରୀୟ ସମବାୟ ସମିତି ନିର୍ବାଚନ ପାଇଁ ବିଜ୍ଞପ୍ତି: ଅକ୍ଟୋବର ୨୩ ଓ ୩୦ରେ ହେବ ଭୋଟ

୧୦ ସମିତି ଗଠନ ପାଇଁ ୨୩୪ ସମବାୟ ସମିତିର ନିର୍ଦ୍ଦେଶକ ଦେବେ ଭୋଟ

ଜୟପୁର: ଆସନ୍ତା ଅକ୍ଟୋବର ୨୩ ଓ ୩୦ ତାରିଖ ଦୁଇଟି ପର୍ଯ୍ୟାୟରେ ହେବ କେନ୍ଦ୍ରୀୟ ସମବାୟ ସମିତିର ନିର୍ବାଚନ। ଏହି ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ  ତଥା (ଜିଲ୍ଲା ଉପନିବନ୍ଧକ ସମବାୟ ସମିତି ସମୂହ)ଡିଆରସିଏସ୍  ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୭ଟି ଓ  ଦ୍ବିତୀୟ ପର୍ଯ୍ୟାୟରେ ୩ଟି ସମିତିର ନିର୍ବାଚନ ହେବ। ଏଥିରେ ୯ଟି ‌ କେନ୍ଦ୍ରୀୟ ସମବାୟ ସମିତି ରହିଥିବା ବେଳେ ଗୋଟିଏ ଓମଫେଡ଼ ଅଧିନରେ ଥିବା ଆଂଚଳିକ ସମବାୟ ଦୁଗ୍ଧ ୟୁନିୟନ ରହିଛି।  ନବରଙ୍ଗପୁର ଜିଲ୍ଲାର ୩ଟି ଓକୋରାପୁଟ ଜିଲ୍ଲାରେ ୭ଟି ସମିତି ରହିଛି । ୨୩୪ଟି ସମବାୟ ସମିତିର ନିର୍ଦ୍ଦେଶକ ଏହି ମତଦାନରେ ଭାଗ ନେଇ ୧୦ କେନ୍ଦ୍ରୀୟ ସମବାୟ ସମିତିର କର୍ମକର୍ତ୍ତା ବାଛିବେ ।

ଅକ୍ଟୋବର ୨୩ତାରିଖ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟର ନିର୍ବାଚନରେ ୯୬ ସମବାୟ ସମିତି ଭାଗ  ନେଇ ନବରଙ୍ଗପୁର ଜିଲ୍ଲାର୨ଟି ଓ କୋରାପୁଟ ଜିଲ୍ଲାର ୫ଟି କେନ୍ଦ୍ରୀୟ ସମବାୟ ସମିତିର କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିବେ। ନବରଙ୍ଗପୁର ହୋଲସେଲ୍ କନଜ୍ୟୁମର କୋଅଫରେଟିଭ୍ ସୋସାଇଟିର କର୍ମକର୍ତ୍ତା ୧୩ଟି ସମବାୟ ସମିତିର ନିର୍ଦ୍ଦେଶକ  ମତ ଦେଇ ବାଛିବେ। ସେଭଳି ୮ ସମବାୟ ସମିତିର ନିଦ୍ଦେର୍ଶକ ନବରଙ୍ଗପୁର ଆରସିଏମଏସ, ୧୧ ସମବାୟ ସମିତିର ନିର୍ଦ୍ଦେଶକ ଜୟପୁର ଆରସିଏମଏସ, ୯ ସମବାୟ ସମିତିର ନିର୍ଦ୍ଦେଶକ କୋରାପୁଟ ଡିଷ୍ଟ୍ରିକ୍ଟ ହୋଲସେଲ୍ କନଜ୍ୟୁମର ଷ୍ଟୋର, ୧୩ ସମବାୟ ସମିତିର ଡୁମୁରୀପୁଟ ଆରସିଏମଏସ୍ , କୋରାପୁଟ, ୧୩ ସମବାୟ ସମିତିର ନିର୍ଦ୍ଦେଶକ ଶାବରୀ ହେଲସେଲ କନଜ୍ୟୁମର କୋଅଫରେଟିଭ୍‌ ଷ୍ଟୋର , ସୁନାବେଡ଼ା, ଓ ୨୯ ସମବାୟ ସମିତିର ନିର୍ଦ୍ଦେଶକ କୋରାପୁଟ ନବରଙ୍ଗପୁର ମାଲାକାନଗିରୀ ରିଜିଓନାଲ କୋଅଫରେଟିଭ୍ ମିଲ୍କ ୟୁନିୟନର କର୍ମକର୍ତ୍ତାଙ୍କୁ ବାଛିବେ ବୋଲି ନିର୍ବାଚନ ଅଧିକାରୀ ତଥା ଡିଆରସିସିଏସ୍ ସୂଚନା ଦେଇଛନ୍ତି।

ଦ୍ବିତୀୟ ପର୍ଯ୍ୟାୟରେ ଅକ୍ଟୋବର ୩୦ ତାରିଖ କୋରପୁଟ ଜିଲ୍ଲାର ୨ଟି ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ କେନ୍ଦ୍ରୀୟ ସମବାୟ ସମିତିର ନିର୍ବାଚନ ହେବ। ଉମରକୋଟ ଆରସିଏମଏସର କର୍ମକର୍ତ୍ତାଙ୍କୁ ୫ଟି ସମବାୟ ସମିତିର ନିର୍ଦ୍ଦେଶକମାନେ ମତ ଦେଇ ବାଛିବେ। ଅବିଭକ୍ତ କୋରାପୁଟ ଜିଲ୍ଲାର ସମବାୟ ସମିତିର ନିର୍ଦ୍ଦେଶକ ଭାଗ ନେଇ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ(କେସିସି ବ୍ୟାଙ୍କ) ଓ କୋରାପୁଟ ଡିଷ୍ଟ୍ରିକ୍ଟ କୋ -ଅପରେଟିଭ୍ ୟୁନିୟନର କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିବେ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ତଥା ଡିଆରସିଏସ୍ । କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (କେସିସି ବ୍ୟାଙ୍କ)ର ସଭାପତିଓଉପସଭାପତି ପଦବୀ ପାଇଁ ୭୪ଟି ସମବାୟ ସମିତିର ନିର୍ଦ୍ଦେଶକମାନେ ମତ ଦେଇ ବାଛିବେ। କୋରାପୁଟ ଡିଷ୍ଟ୍ରିକ୍ଟ କୋ ଅପରେଟିଭ୍ ୟୁନିୟନର ସଭାପତି ଓ ଉପସଭାପତି ପଦବୀ ପାଇଁ ୫୯ଟି ସମବାୟ ସମିତିର ନିର୍ଦ୍ଦେଶକମାନେ ମତ ଦେଇ ବାଛିବେ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ତଥା ଡିଆରସିଏସ୍ । । ସେଭଳି ନିର୍ବାଚନ ସୁପରିଚାଳନା ପାଇଁ ୧୦ଟି କେନ୍ଦ୍ରୀୟ ସମବାୟ ସମିତି ପାଇଁ ୧୦ଜଣ ନିର୍ବାଚନ ଅଧିକାରୀ ଓ ୧୦ଜଣ ସହକାରୀ ନିର୍ବାଚନ ଅଧିକାରୀଙ୍କୁ ଦାୟିତ୍ବ ଦିଆସରିଛି ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ।

ଗୋଟିଏ ପଟେ ପ୍ରଶାସନିକ ପ୍ରସ୍ତୁତି ଜୋର ଧରିଥିବା ବେଳେ ଅନ୍ୟପଟେ କର୍ମକର୍ତ୍ତା ପଦବୀ ହାତେଇବା ପାଇଁ ବିଭିନ୍ନ ରାଜ‌ନୈତିକ ଦଳ ମଧ୍ୟ ତତ୍ପରତା ପ୍ରକାଶ କରି ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ନାଁ ବି ଘୋଷଣା କରୁଛନ୍ତି।

ସମ୍ବନ୍ଧିତ ଖବର