ଭୁବନେଶ୍ବର : ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ପଦ୍ମପୁର ବିଧାନସଭା ଆସନ ପାଇଁ ଆସନ୍ତା ଡିସେମ୍ବର ୫ତାରିଖରେ ଉପନିର୍ବାଚନ ହେବ। ଆଜି ଏନେଇ ଗୃହ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଅନୁଯାୟୀ, ନଭେମ୍ବର ୧୭ ସୁଦ୍ଧା ନାମାଙ୍କନପତ୍ର ଦାଖଲ ଶେଷ ହେବ। ନଭେମ୍ବର ୧୮ରେ ନାମାଙ୍କନପତ୍ର ଯାଞ୍ଚ, ନଭେମ୍ବର ୨୧ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିବସ ରହିଛି। ଡିସେମ୍ବର ୫ରେ ସକାଳ ୭ଟାରୁ ଅପରାହ୍ନ ୪ଟା ମଧ୍ୟରେ ଭୋଟ୍ ଗ୍ରହଣ କରାଯିବ ଓ ଡିସେମ୍ବର ୮ରେ ଭୋଟ୍ ଫଳାଫଳ ପ୍ରକାଶ ପାଇବ। ଡିସେମ୍ବର ୧୦ ସୁଦ୍ଧା ଉପନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ।
ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା
/sambad/media/post_attachments/wp-content/uploads/2022/11/vote-fa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)